ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ୍) ପରୀକ୍ଷାରେ କେତେ ଥର ପରୀକ୍ଷା ଦେଇପାରିବେ, ତାହା ଉପରେ ରହିଥିବା କଟକଣା ହଟାଇବାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଓଡ଼ିଶା ସିଭିଲ୍ ସର୍ଭିସେସ୍ (କମ୍ବାଇନ୍‌ଡ କମ୍ପିଟିଟିଭ୍ ରିକ୍ରୁଟମେଣ୍ଟ ଏକ୍ଜାମିନେସନ୍) ନିୟମ, ୧୯୯୧ରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।

ଏହି ସଂଶୋଧନ ଲାଗୁ ହେବା ପରେ ଓସିଏସ୍ ପରୀକ୍ଷା ଦେବା ପାଇଁ ପ୍ରାର୍ଥୀଙ୍କ ପ୍ରୟାସ ସଂଖ୍ୟା ଉପରେ ଆଉ କୌଣସି ସୀମା ରହିବ ନାହିଁ । ଏହାଦ୍ୱାରା ଯୋଗ୍ୟ ପ୍ରାର୍ଥୀମାନେ ଅଧିକ ସୁଯୋଗ ପାଇବା ସହ ମେଧାଭିତ୍ତିକ ଚୟନ ପ୍ରକ୍ରିୟା ଅଧିକ ବ୍ୟାପକ ଓ ନ୍ୟାୟସଙ୍ଗତ ହୋଇପାରିବ ।

By Nirvay

Leave a Reply

Your email address will not be published. Required fields are marked *