ରାଜଧାନୀରେ ସକାଳୁ ସକାଳୁ ସିରିଜ୍ ଦୁର୍ଘଟଣା । ସତସଙ୍ଗବିହାର ନିକଟରେ ସିରିଜ ଦୁର୍ଘଟଣାଘଟିଛି। ୩ ଟି ଗାଡ଼ି ପଛକୁ ପଛ ହେଲେ ଧକ୍କା। ଫଳରେ ୩ଟି କାର୍ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ, ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରର ଚାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ଖବର ଅନୁଯାୟୀ, ସତସଙ୍ଗବିହାର ନିକଟ ରାସ୍ତାରେ ଜଣେ ବୋଲେରୋ ଚାଳକ ଓ ଜଣେ ବାଇକ୍ ଚାଳକ କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବସ୍ ହଠାତ୍ ବ୍ରେକ ମାରିବାରୁ ସେହି ଦିଗରେ ଆସୁଥିବା ଏକ କାର ସହ ଧକ୍କା ହୋଇଥିଲା ଏବଂ ଉକ୍ତ କାର ଯାଇ ଅନ୍ୟ କାରଗୁଡ଼ିକ ସହ ଧକ୍କା ହୋଇଥିଲା।

By Nirvay

Leave a Reply

Your email address will not be published. Required fields are marked *