ଆଜି ପୁରୀ ବାଣ ବିସ୍ପୋରଣ ଘଟଣାରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି।ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ୍ ରିଲିଜ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ଏହାସହ ଏବେ ମଧ୍ୟ ବିଭିନ୍ନ ହସ୍ପିଟାଲରେ ୧୯ଜଣଙ୍କ ଚାଲିଛି ଚିକିତ୍ସା।

ସୂଚନା ଯୋଗ୍ୟ ଯେ, ମେ’ ୨୯ ତାରିଖରେ ପୁରୀର ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଲୋକେ ବାଣ ଫୁଟାଉଥିବା ବେଳେ ହଠାତ ବିସ୍ଫୋରଣ ଘଟିଥିଲା। ଏଥିରେ ୩୦ ଜଣ ଆହତ ହୋଇଥିଲେ। ସେଥିରୁ ଆଜିକୁ ମିଶାଇ ୧୧ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ସେମାନଙ୍କ ମଧ୍ୟରେ କିଛି ଶିଶୁ ଓ ନାବଳକ ମଧ୍ୟ ଅଛନ୍ତି। ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର।

By Nirvay

Leave a Reply

Your email address will not be published. Required fields are marked *