ଯାଜପୁର : ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ଚତୁର୍ଥ ପର୍ଯ୍ୟାୟ ମତଦାନ ଶନିବାର ଶେଷ ଶେଷହେବା ପରେ ତୁମୁଳକାଣ୍ଡ ସୃଷ୍ଟି ହୋଇଛି । ହେଲେ ଇଭିଏମ୍‌ ବଦଳ ସନ୍ଦେହରେ ଧର୍ମଶାଳାରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କ ସମର୍ଥକମାନେ ଇଭିଏମ୍‌ ବଦଳ ସନ୍ଦେହ କରି ଏହାର ପ୍ରତିବାଦ କରିଥିଲେ।

ସୂଚନା ଅନୁଯାୟୀ, ଧର୍ମଶାଳା ବ୍ଲକକୁ ଆସିଥିବା କେତେକ ରିଜର୍ଭ ଇଭିଏମ୍‌କୁ ଅନ୍ୟତ୍ର ନିଆଯାଉଥିଲା। ହେଲେ ସେହି ଇଭିଏମ୍‌କୁ ବଦଳ କରାଯାଉଥିବା ଅଭିଯୋଗ କରି ହିମାଂଶୁଙ୍କ ସମର୍ଥକମାନେ ବ୍ଲକ ଆଗରେ ରୁଣ୍ଡ ହୋଇ ପାଟିତୁଣ୍ଡ କରିଥିଲେ। ଏପରି କି ବିଭିନ୍ନ ସ୍ଥାନକୁ ଇଭିଏମ୍‌ ନେଇ ଯାଉଥିବା ଗାଡ଼ିଗୁଡିକୁ ହିମାଂଶୁଙ୍କ ସମର୍ଥକମାନେ ବ୍ଲକ ଭିତରେ ଭର୍ତ୍ତି କରିବା ସହ ଇଭିଏମ୍‌ ବଦଳି କରାଯାଇଥିବା ପାଟିତୁଣ୍ଡ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା। ଏନେଇ ଧର୍ମଶାଳା ବିଡିଓ କହିଛନ୍ତି, କୌଣସି ଇଭିଏମ୍‌ ବଦଳ ହୋଇ ନାହିଁ। ସେମାନେ ଅଯଥାରେ ସନ୍ଦେହ କରି ଆମ କର୍ମଚାରୀମାନଙ୍କୁ ମାରଧର କରିଛନ୍ତି। ଏ ସଂକ୍ରାନ୍ତରେ ଉପରିସ୍ଥ ଅଧିକାରୀଙ୍କୁ ସେ ଅବଗତ କରିଥିବା କହିଛନ୍ତି। ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ନିଆଯାଇଥିଲା ଯେ ସେଗୁଡିକ ସଂରକ୍ଷଣ ଇଭିଏମ୍ ଏବଂ ମତଦାନ ପାଇଁ ବ୍ୟବହୃତ ନୁହେଁ।

By SonaliP

Leave a Reply

Your email address will not be published. Required fields are marked *