ରାଉରକେଲା : ରାଜ୍ୟରେ ଅସ୍ୱାଭାବିକ ମୃତ୍ୟୁ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ମୃତ୍ୟୁ ସଂଖ୍ୟା ଏବେ ୩୫କୁ ବୃଦ୍ଧି ପାଇଛି। ୩୫ ଜଣଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ଅଂଶୁଘାତଜନିତ ବୋଲି ଜଣା ପଡିଛି । ପୋଷ୍ଟମର୍ଟମ ରିପୋର୍ଟରୁ ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିବା ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗତକାଲି ସୁଦ୍ଧା ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ୨୮ ଜଣଙ୍କର ଶବ ବ୍ୟବଚ୍ଛେଦ ସରିଥିବା ବେଳେ ରାଉରକେଲାରେ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ଆଉ ୩ ଜଣ ବ୍ୟକ୍ତିଙ୍କର ମୃତ ଶରୀର ଆଜି ପୋଷ୍ଟମର୍ଟମ ପାଇଁ ଆସିଥିବା ଜଣାପଡ଼ିଛି। ସେହିଭଳି ଆଉ ୪ ମୃତଦେହ ବିନା ପୋଷ୍ଟମର୍ଟମରେ ସେମାନଙ୍କ ପରିବାର ନେଇଛନ୍ତି ।

ସୂଚନାଯୋଗ୍ୟ, ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ୧୬ ଜଣଙ୍କର ପୋଷ୍ଟମର୍ଟମ ଶୁକ୍ରବାର କରାଯାଇଥିଲା। ଗତକାଲି ଆଉ ୧୨ ଜଣଙ୍କର ପୋଷ୍ଟମର୍ଟମ ହୋଇଛି। ସେମାନଙ୍କର ମଧ୍ୟ ଅସ୍ୱାଭାବିକ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏସବୁ କେସ୍‌ଗୁଡ଼ିକୁ ସିଧାସଳଖ ଅଂଶୁଘାତ ସହ ଲିଙ୍କ୍ କରାଯାଇ ପାରିବ ନାହିଁ। ପୋଷ୍ଟମର୍ଟମ ରିପୋର୍ଟ ଓ ପାରିପାର୍ଶ୍ଵିକ ସ୍ଥିତି ଯାଞ୍ଚ ପରେ ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ କୁହାଯାଇପାରିବ। ଆଜି ମଧ୍ୟ ସେଭଳି କିଛି ମୃତ୍ୟୁ କେସ୍‌ ଆସିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ସବୁ କିଛି ସ୍ପଷ୍ଟ ହେବ।

By SonaliP

Leave a Reply

Your email address will not be published. Required fields are marked *