ସରିଯାଇଛି ସାଧାରଣ ନିର୍ବାଚନ-୨୦୨୪, ନିର୍ବାଚନ ଫଳାଫଳ ଜୁନ୍‌ ୪ ତାରିଖରେ ପ୍ରକାଶ ପାଇବ ବୋଲି ସ୍ପଷ୍ଟ ହୋଇଥିବା ବେଳେ ଏହାକୁ ନେଇ ଚାଲିଛି ଆକଳନ। ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ବିଭିନ୍ନ ଜାତୀୟ ସର୍ଭେ ସଂସ୍ଥା ସେମାନଙ୍କର ବୁଥ ବାହୁଡା ମତ ପ୍ରକାଶ କରିଛନ୍ତି। ଏହାରି ମଧ୍ୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବଡ଼ ବୟାନ ଦେଇଛନ୍ତି।

ଜାତୀୟ ଗଣମାଧ୍ୟମରେ ଦ୍ୱାରା ହୋଇଥିବା ଏକ୍‌ଜିଟ୍‌ ପୋଲର ଆକଳନ ସତ ହେବ ବୋଲି ସେ ଦମ୍ଭୋକ୍ତି ବାଢ଼ିଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ସେ କହିଛନ୍ତି ଯେ, ସମ୍ବଲପୁରରେ ବିଜେଡି ଟଙ୍କାରେ ଖେଳିବାକୁ ଚାହିଁଲା ଏବଂ ବିଜେପି ଲୋକସମ୍ପର୍କ ବଢ଼ାଇଲା। ବ୍ୟାପକ ଲୋକସମ୍ପର୍କ ବିଜେପିକୁ ବଡ଼ ବିଜୟ ଦେବ। ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ୨ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହେବେ।

ସେ ଆହୁରି କହିଛନ୍ତି ଯେ, ସମ୍ବଲପୁର ବିଧାନସଭା ଆସନରେ ଭଲ ଭୋଟ୍‌ ବ୍ୟବଧାନରେ ଜିତିବୁ। ତେବେ ବିଜୟରେ ଭୋଟ୍‌ ବ୍ୟବଧାନ କେତେ ରହିବ ସେନେଇ ଜୟନାରାୟଣ କୌଣସି ସ୍ପଷ୍ଟ ହିସାବ ଦେଇନାହାନ୍ତି।

By Nirvay

Leave a Reply

Your email address will not be published. Required fields are marked *