ରାଜ୍ୟରେ ବଢ଼ି ଚାଲିଛି ଅଂଶୁଘାତ ଜନିତ ମୃତ୍ୟୁ। ସମ୍ବଲପୁରରେ ୧୮ ଅସ୍ୱାଭାବିକ ମୃତ୍ୟୁ ମଧ୍ୟରୁ ଅଂଶୁଘାତରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ। ୭ ଜଣଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ୫ ଜଣଙ୍କ ଅଂଶୁଘାତଜନିତ ମୃତ୍ୟୁ ହୋଇଛି ବୋଲି ସ୍ପଷ୍ଟ ହୋଇଛି। ଅବଶିଷ୍ଟ ୧୧ ଜଣଙ୍କ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି କହିଛନ୍ତି ଶ୍ରୀ ଅଗ୍ରୱାଲ। ରାଜ୍ୟରେ ଖରାତାତି ବଢିବା କାରଣରୁ ବିଭିନ୍ନ ଜିଲ୍ଲାରେ ଅଂଶୁଘାତଜନିତ ମୃତ୍ୟୁ ବୃଦ୍ଧି ପାଇଛି। ଏହାସହ ପିକ୍ ସମୟରେ ଘରୁ ବାହାରିବାକୁ ବାରଣ କରିଛନ୍ତି ରାଜ୍ୟ ସରକାର।

By Nirvay

Leave a Reply

Your email address will not be published. Required fields are marked *