ଭୁବନେଶ୍ୱର  : ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା । କାଲି ଦିନ ୧୧ଟା ସୁଦ୍ଧା ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଗଲେ ଡିଜିପିଙ୍କ ଅଫିସ ଘେରିବାକୁ ଚେତାବନୀ ଦେଇଛି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା । ୭୨ ଘଣ୍ଟା ପରେ ବି କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନଥିବା ପ୍ରତିବାଦରେ ଘେରାଉ ଧମକ ଦେଇଛି ଦଳ । ଯୁବମୋର୍ଚ୍ଚାର କର୍ମୀଙ୍କୁ ବିଜେଡିର ଭଡ଼ାଟିଆ ଗୁଣ୍ଡାମାନେ ଯେଉଁଭଳି ମରଣାନ୍ତକ ଆକ୍ରମଣ କରିଛନ୍ତି ,ଗଣତନ୍ତ୍ରରେ ଏଭଳି ଆଚରଣ ଜମା ଗ୍ରହଣୀୟ ନୁହେଁ । ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ସଂଗ୍ରାମ ପାତ୍ର କହିଛନ୍ତି ।

 

ସୂଚନାଯୋଗ୍ୟ ,ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀର ଧାନକୁଟା ପଂଚାୟତ କରଞ୍ଜମାଲ ଗ୍ରାମରେ ଜୁନ୍ ୩୦ ତାରିଖରେ ଭାରତୀୟ ଜନତାପାର୍ଟିର ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଓ ଯୁବମୋର୍ଚ୍ଚାର କେତେଜଣ କର୍ମୀଙ୍କୁ ବିଜେଡିର ଭଡ଼ାଟିଆ ଗୁଣ୍ଡାମାନେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ ।ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର କହିଛନ୍ତି ଯେ, ଅଭିଳାଷ ପଣ୍ଡା ନିର୍ବାଚନୀ ପ୍ରଚାର କାର୍ଯ୍ୟ ସାରି କାର୍ଯ୍ୟକର୍ତାଙ୍କ ସହ ଫେରୁଥିବାବେଳେ ସ୍ଥାନୀୟ ବିଧାୟକ ବ୍ୟୋମକେଶ ରାୟଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ସରପଂଚ ପ୍ରତିନିଧି ରମେଶ ନାୟକ, ତାଙ୍କ ପୁତୁରା ପ୍ରମୋଦ ନାୟକ, ସାନଭାଇ ଅକ୍ଷୟ ନାୟକ, ମଂଟୁ ନାୟକ, ସହ ବିଜୁ ଜନତା ଦଳର ଭଡ଼ାଟିଆ ଗୁଣ୍ଡାମାନେ ଏହି ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ପଣ୍ଡାଙ୍କ ସହ, ଯୁବମୋର୍ଚ୍ଚାର କାର୍ଯ୍ୟକର୍ତା ଗୁରୁତର ହୋଇଛନ୍ତି । ଅପରପକ୍ଷେ ପୋଲିସ ପ୍ରଶାସନ ମଧ୍ୟ ବିଜେଡିର ହାତବାରିସି ସାଜି ଚୁପ୍ ବସିିଛି । ଏପରିକି ମୁଖ୍ୟ ଅଭିଯୁକ୍ତଙ୍କ ଉପରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ଜଣେ ଅଭ୍ୟାସଗତ ଅପରାଧୀ, ତାଙ୍କ ନାଁରେ ବହୁ ଅପରାଧିକ ମାମଲା ଥିବା ସେ କହିଛନ୍ତି । ଏନେଇ ପୋଲିସ ଡିଜିଙ୍କୁ ଅନୁରୋଧ କରୁଛୁ ଯେ, ଆଗାମୀ ୨୪ ଘଂଟା ମଧ୍ୟରେ ଏହି ଘଟଣାରେ ସମ୍ପୃକ୍ତ ବିଧାୟକ ବ୍ୟୋମକେଶ ରାୟ, ମୁଖ୍ୟ ଅଭିଯୁକ୍ତ ରମେଶ ନାୟକ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉ । ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ । ନଚେତ୍ ଭାରତୀୟ ଜନତା ଯୁବମୋର୍ଚ୍ଚାର ହଜାର ହଜାର କାର୍ଯ୍ୟକର୍ତା ଡିଜି ଅଫିସ ଘେରାଉ କରିବେ । ଏଥିଯୋଗୁ କୌଣସି ଆଇନ୍‌ଶୃଙ୍ଖଳା ପରସ୍ଥିତି ସୃଷ୍ଟି ହେଲେ ସେଥିପାଇଁ ଡିଜି ମହାଶୟ ନିଜେ ଦାୟୀ ରହିବେ । ଏହି ଅବସରରେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ ପାତ୍ର, ଗଗନ ଓଝା, ରାଜ୍ୟ ସଂଯୋଜକ ଚଣ୍ଡି ପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

By SonaliP

Leave a Reply

Your email address will not be published. Required fields are marked *