ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଦେଇଥିବା ୨୧ ଦିନିଆ ମଧ୍ୟବର୍ତ୍ତୀକାଳୀନ ଜାମିନର ଅବଧି ଶେଷ କରି ଆଜି ତିହାର ଜେଲକୁ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜି ସମର୍ଥକଙ୍କ ସହ ସେ ଜେଲରେ ପହଞ୍ଚିବେ । ଜାମିନ ଅବଧିକୁ ୭ ଦିନ ବୃଦ୍ଧି କରିବାକୁ ପୂର୍ବରୁ ସେ କୋର୍ଟରେ ଆବେଦନ କରିଥିଲେ । ହେଲେ ଏହାର ତୁରନ୍ତ ଶୁଣାଣି କରିବାକୁ କୋର୍ଟ ମନା କରିଦେଇଥିଲେ ।

 

ସୂଚନାଯୋଗ୍ୟ, ମାର୍ଚ୍ଚ ୨୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କୁ ମଦ ଦୁର୍ନୀତି ମାମଲାରେ ଗିରଫ କରିଥିଲା । ସେବେଠାରୁ ସେ ବାରମ୍ବାର ଜାମିନ ଆବେଦନ କରୁଥିଲେ ମଧ୍ୟ ସର୍ବଦା ଏହା ଖାରଜ କରାଯାଉଥିଲା । ରାଉଜ ଆଭେନ୍ୟୁ କୋର୍ଟରୁ ନିରାଶ ହେବା ପରେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କେଜ୍ରିୱାଲ । ଗତ ମେ’ ୭  ତାରିଖରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିବା ବେଳେ ମେ’ ୧୦ ରେ ଶୁଣାଣି କରି କେଜ୍ରିୱାଲଙ୍କୁ ୨୩ ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ଜାମିନ ଅବଧି ଶେଷ ହୋଇଯାଇଥିବାରୁ ଅରବିନ୍ଦ କେଜ୍ରିୱାଲ ଆଜି ତିହାର ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବେ।

By SonaliP

Leave a Reply

Your email address will not be published. Required fields are marked *