ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଏକଜିଟ୍ ପୋଲ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସରକାର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନିର୍ବାଚନର ବ୍ୟସ୍ତତା ଭିତରୁ ବାହାରିଛନ୍ତି ଓ ଆଧ୍ୟାତ୍ମିକ ବିରତିରୁ ମଧ୍ୟ ଫେରି ଆସିଛନ୍ତି। ସେ ବର୍ତ୍ତମାନ କାର୍ଯ୍ୟ ଉପରେ ଧ୍ୟାନ ଦେଇଛନ୍ତି।

ସୂଚନାଯୋଗ୍ୟ ,  ୧୦୦ ଦିନର ଏଜେଣ୍ଡା ନେଇ ଆଜି ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ । ୭ଟି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକ କରିବେ। ପ୍ରଥମେ ବାତ୍ୟା ପରବର୍ତ୍ତୀ ସ୍ଥିତି ପ୍ରସଙ୍ଗରେ ଆଲୋଚନା କରିବାର ସୂଚନା ରହିଛି। ପରେ ଦେଶରେ ଗ୍ରୀଷ୍ଣ ପ୍ରବାହ ସ୍ଥିତି ନେଇ ଆଲୋଚନା କରିବେ। ବାତ୍ୟା ରେମାଲ ଦ୍ୱାରା ସୃଷ୍ଟି ହୋଇଥିବା ବିନାଶ ଏବଂ ପ୍ରବଳ ତାପମାତ୍ରା ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମୀକ୍ଷା କରିବେ । ବିଶ୍ଵ ପରିବେଶ ଦିବସ ପାଳନ ନେଇ ମଧ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ପରେ, ନୂଆ ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟକ୍ରମର ଏଜେଣ୍ଡା ସମୀକ୍ଷା କରିବା ପାଇଁ ମୋଦୀ ବୈଠକ କରିବେ। ବିଶେଷକରି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଏହି ଘୂର୍ଣ୍ଣିବଳୟ ବ୍ୟାପକ ଧ୍ୱଂସ ଘଟାଇଛି। ଆସାମ, ତ୍ରିପୁରା, ନାଗାଲାଣ୍ଡ, ମଣିପୁର ଭଳି ରାଜ୍ୟରେ ବ୍ୟାପକ ଧନଜୀବନ ନଷ୍ଟ ହୋଇଛି। ପ୍ରଧାନମନ୍ତ୍ରୀ ଏହି ଘୂର୍ଣ୍ଣିବଳୟ ସୃଷ୍ଟି କରିଥିବା ପରିସ୍ଥିତିର ସମୀକ୍ଷା କରିବେ।

By SonaliP

Leave a Reply

Your email address will not be published. Required fields are marked *