ଜଗତସିଂହପୁର ଜିଲ୍ଲା ପ୍ରସିଦ୍ଧ ସିଆଳି ବେଳାଭୂମିରେ ସ୍ଥାପିତ ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା ହୋଇଥିବା ଘଟଣାକୁ ଦୃଢ଼ ନିନ୍ଦା କରିଛି ବିଜେଡି । ଏହି ଘଟଣାକୁ ନେଇ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ପ୍ରଶାନ୍ତ ମୁଦୁଲି କଠୋର ଭାବେ ନିନ୍ଦା କରି ଏହି ଅଭାବନୀୟ ଘଟଣାକୁ ଅତ୍ୟନ୍ତ ନିନ୍ଦନୀୟ ଓ ଗଭୀର ମର୍ମାହତ ବୋଲି ପ୍ରକାଶ କରିଛନ୍ତି। ପ୍ରଶାନ୍ତ ମୁଦୁଲି କହିଛନ୍ତି ବିଜୁ ବାବୁ ହେଉଛନ୍ତି ଓଡ଼ିଶାର ସ୍ୱାଭିମାନ, ପରିଚୟ ଓ ବିକାଶର ନିରନ୍ତର ପ୍ରତୀକ। ଏଭଳି ଅପକର୍ମ ରାଜ୍ୟର କୋଟି କୋଟି ଜନସାଧାରଣଙ୍କ ଭାବନାକୁ ଗଭୀର ଆଘାତ ପହଞ୍ଚାଇଛି। ବାବୁ ହେଉଛନ୍ତି ଓଡ଼ିଶାର ସ୍ୱାଭିମାନ, ଅସ୍ମିତା, ପରିଚୟ ଓ ବିକାଶର ନିରନ୍ତର ପ୍ରତୀକ। ଏଭଳି ଅପକର୍ମ କେବଳ ଗୋଟିଏ ପ୍ରତିମୂର୍ତ୍ତି ଭାଙ୍ଗିବା ନୁହେଁ, ବରଂ ରାଜ୍ୟର କୋଟି କୋଟି ଜନସାଧାରଣଙ୍କ ଆବେଗ, ଶ୍ରଦ୍ଧା ଓ ଭାବନାକୁ ଗଭୀର ଆଘାତ ପହଞ୍ଚାଇଛି। ସେ ଏହି ଘଟଣାର ନିନ୍ଦା କରିବା ସହ ଅସାମାଜିକ ସ୍ୱାର୍ଥପର ବ୍ୟକ୍ତିମାନଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ବିଭାଗ ନିକଟରେ ଦାବି କରିଛନ୍ତି। Post navigation Heavy Rain Alert: ପ୍ରବଳ ବର୍ଷା ଆଶଙ୍କା: କଳାହାଣ୍ଡି ଜିଲ୍ଲାରେ କାଲି ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା