ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା। ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ନିତି ଚାଲୁଥିବା ବେଳେ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ସକାଳେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ଆଉଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ସୂଚନା।

ଏହି ଘଟଣାରେ ଆହତ ହୋଇଥିବା ଅନେକ ବ୍ୟକ୍ତି ବର୍ତ୍ତମାନ ଚିକିସାଧୀନ ଅବସ୍ଥାରେ ରଖାଯାଇଛି । ଏଥିସହ ସରକାର ସ୍ଥିତି ଉପରେ ନଜର ରଖୁଥିବା କୁହାଯାଉଛି । ସେହିପରି ମୃତକଙ୍କ ପରିବାର ଲୋକଙ୍କୁ ୪ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ତେବେ ମୃତକଙ୍କ ନାଁ କୁହାଯାଇନାହିଁ।

ଏହି ଘଟଣାରେ ପ୍ରଥମେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ତା’ପରେ ଗତକାଲି ଆଉ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ଆଜି ଆଉ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଆଜି ସକାଳେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖଣ୍ଡିଆବନ୍ଧର ୬ ବର୍ଷର ଝିଅ ପ୍ରତୀକ୍ଷା ସାହୁଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ବାପା ହେମନ୍ତ ସାହୁଙ୍କର ଗତକାଲି ମୃତ୍ୟୁ ହୋଇଥିଲା। ସେହିପରି ଆଜି ଭୋରରେ ବ୍ରହ୍ମଗିରିର ଅରଖକୁଦାର ୩୮ ବର୍ଷୀୟ ଶଙ୍କର ବେହେରାଙ୍କର ମୃତ୍ୟୁ ଘଟିଛି। କଟକ ବଡ଼ ଡାକ୍ତରଖାନାର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ ଭେଣ୍ଟିଲେଟରେ ତାଙ୍କୁ ରଖା ଯାଇଥିଲା।

ଗତ ୨୯ ତାରିଖରେ ପୁରୀରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଘଟିଥିଲା ଏହି ଅଘଟଣ। ସୂଚନା ଅନୁଯାୟୀ, ‍ବାଣ ଫୁଟାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କାହାକୁ ଅନୁମତି ଦିଆଯାଇ ନଥିଲା। ଲୋକେ ପରମ୍ପରା ଅନୁଯାୟୀ ବାଣି ଫୁଟାଇ ଥିଲେ। ତେବେ ବାଣ ଫୁଟାଇଲା ବେଳେ ଏକ ବାଣ ଗଦାରେ ନିଆଁ ପଡ଼ି ଯିବାରୁ ସେଗୁଡ଼ିକ ଫୁଟି ଯାଇଥିଲା ଓ ଏହି ଅଘଟଣ ଘଟିଥିଲା।

Leave a Reply

Your email address will not be published. Required fields are marked *