ଆନ୍ଧ୍ରପ୍ରେଦଶ : ଆଜି ଆନ୍ଧ୍ରପ୍ରେଦଶର ନଲ୍ଲାଜର୍ଲା ମଣ୍ଡଳ ଅନ୍ତର୍ଗତ ଅନନ୍ତପାଲ୍ଲି ରାସ୍ତାରେ ଏକ ଦୁର୍ଘଟଣା ଘଟିଛି । ଗୋଟିଏ ଟ୍ରକ ସହିତ ଟାଟା ଏସି ଧକ୍କା ହେବା ଫଳରେ ଦୁର୍ଘଟଣା ଘଟି ଟାଟା ଏସିଟି ରାସ୍ତାର ଏକ ପାର୍ଶ୍ୱକୁ ଓଲଟି ପଡିଥିଲା । ଗାଡି ଓଲଟାଇବା ଫଳରେ ସେଥିରୁ ଛିଟିକି ପଡିଥିଲା ବିଡ଼ା ବିଡ଼ା ଟଙ୍କା ବାକ୍ସ । ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳକୁ ଉଦ୍ଧାର କରିବାକୁ ଆସି ବିପୁଳ ଟଙ୍କା ଦେଖିବା ପରେ ମନରେ ସନ୍ଦେହ ହୋଇଥିଲା ରାସ୍ତାରେ ବିଛାଡି ହୋଇ ପଡ଼ିଥିବା ବାକ୍ସଗୁଡ଼ିକରୁ କୋଟି କୋଟି ଟଙ୍କା ଦେଖି ସ୍ଥାନୀୟ ଲୋକମାନେ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଗିରଫ କରିଛି।
ନଲ୍ଲର୍ଜଲା ମଣ୍ଡଳର ଅନନ୍ତପଲ୍ଲୀ ଠାରେ ଏକ ଟ୍ରକ ସହିତ ଟାଟା ଏସି ଧକ୍କା ହେବା ପରେ ଓଲଟି ପଡିଥିଲା। ସେହି ଗାଡିରେ ନଗଦ ୭ ଟି କାର୍ଡବୋର୍ଡ ବାକ୍ସ ନିଆଯାଉଥିଲା । କୁହାଯାଉଛି ଯେ ଗାଡି ବିଜୟୱାଡା ଠାରୁ ବିଶାଖାପାଟନମ୍ ଆଡକୁ ଯାଉଥିଲା। ଓଲଟି ପଡିଥିବା ଗାଡିର ଡ୍ରାଇଭର ଆହତ ହୋଇ ଚିକିତ୍ସା ପାଇଁ ଗୋପାଳପୁରମ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ପୋଲିସର ସୂଚନାନୁସାରେ, ଏହି ବାକ୍ସଗୁଡ଼ିକ ୟୁରିଆ ଅଖା ମଧ୍ୟରେ ଲୁଚାଇ ରଖି ନିଆଯାଉଥିଲା ​। ସଡ଼କ ଦୁର୍ଘଟଣାରେ ମିଳିଥିବା ୭ କୋଟି ଟଙ୍କା ପୋଲିସ ଏବଂ ନିର୍ବାଚନ ଅଧିକାରୀଙ୍କ ନିଦ ହଜାଇ ଦେଇଛି । ତେବେ ଜବତ ହୋଇଥିବା ଟଙ୍କା କାହାର ଏବଂ କେଉଁ କାର୍ଯ୍ୟରେ ବ୍ୟବହାର ପାଇଁ ଟଙ୍କା ଯାଉଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

By SonaliP

Leave a Reply

Your email address will not be published. Required fields are marked *