ବାରାଣସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀ ଲୋକସଭା ଆସନରୁ ତୃତୀୟ ଥର ପାଇଁ ନାମାଙ୍କନ ଭରିବେ । ମେ’ ୧୪ ଗଙ୍ଗା ସପ୍ତମୀ ସହ ପୁଷ୍ୟା ନକ୍ଷତ୍ରର ସଂଯୋଗ ରହିଥିବାରୁ ଓ ଏହି ଦିନଟି ଅତ୍ୟନ୍ତ ଶୁଭ ହୋଇଥିବାରୁ ଏହି ନକ୍ଷତ୍ରରେ ପ୍ରଧାନମନ୍ତ୍ରୀ ମୋଦି ନାମାଙ୍କନ ଭରିବେ । ଅଯୋଧ୍ୟା ରାମ ମନ୍ଦିରର ସମର୍ପଣ ତଥା ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଶୁଭ ସମୟ ଦେଇଥିବା ଗଣେଶ ଶାସ୍ତ୍ରୀ ଦ୍ରାବିଡ ଏହି ଦିନର ଶୁଭ ସମୟକୁ ସର୍ବୋତ୍ତମ ବୋଲି ବର୍ଣ୍ଣନା କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମେ ‘ ୧୪ରେ କାଶୀର କୋଟୱାଲ କାଳଭୈରବଙ୍କ ଠାରୁ ଆଶୀର୍ବାଦ ନେଇ ନାମାଙ୍କନପତ୍ର ଦାଖଲ କରିବେ। ଏହି ଦିନଟି ଅଭିଜିତ୍ ମୁହୂତ୍ତ , ଆନନ୍ଦ ଯୋଗ, ସର୍ବସିଦ୍ଧି ଯୋଗ ସହିତ ଗଙ୍ଗା ସପ୍ତମୀ ସହ ପୁଷ୍ୟା ନକ୍ଷତ୍ରର ସଂଯୋଗ ରହିଥିବାରୁ ଦିନଟି ବହୁତ ଶୁଭ ହୋଇଥିବାରୁ ମୋଦି ଏହି ଦିନ ନାମାଙ୍କନ ପତ୍ର ଦାଖଲ କରିବେ ।

By SonaliP

Leave a Reply

Your email address will not be published. Required fields are marked *