ଓଡ଼ିଶାରେ ବିଜେପି ସରକାର ଗଢ଼ିବା ପାଇଁ ଜୋରଦାର ପ୍ରଚାରରେ ଲାଗିଛନ୍ତି ଦଳୀୟ ନେତା। ରାଜ୍ୟ ନେତା ତଥା ବିଜେପି ପ୍ରାର୍ଥୀମାନେ ଦୁଆର ଦୁଆର ଯାଇ ଜନମତ ଲଢ଼ୁଥିବା ବେଳେ କେନ୍ଦ୍ରୀୟ ନେତା ଆସି ମଧ୍ୟ ପ୍ରଚାର କରୁଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ପୁଣିଥରେ ମୋଦୀ, ଶାହା ଓ ନଡ୍ଡା ଓଡ଼ିଶା ଆସି ପ୍ରଚାର ଜୋରଦାର କରିବେ ବୋଲି ଜଣା ପଡିଛି। ଯେଉଁଥିପାଇଁ ଆସନ୍ତା ୧୫ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବା ସହ ରାଉରକେଲା, କଣ୍ଟାବାଞ୍ଜି, ଆସ୍କାର ସୋରଡାରେ ହେବାକୁ ଥିବା ଜନସଭାରେ ଯୋଗଦେବେ ବୋଲି ବିଜେପି ପକ୍ଷରୁ ସୂଚନା ମିଳିଛି। ସେହିଭଳି ୧୭ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସି ସୁନ୍ଦରଗଡ, ହିଞ୍ଜିଳି ଓ ପଦ୍ମପୁରରେ ସଭା କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନବୀନ ସରକାରଙ୍କ ଉପରେ ଲଗାମ ଲଗାଇବା ପାଇଁ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଏଣ୍ଟ୍ରି କରିବେ ଶାହ ଓ ନଡ୍ଡା।

By Nirvay

Leave a Reply

Your email address will not be published. Required fields are marked *