ଭୁବନେଶ୍ୱର : ମେ’ ୧୪ରେ ପୁଣିଥରେ ଓଡ଼ିଶା ଆସୁଛନ୍ତି ହିମନ୍ତ ବିଶ୍ୱ ଶର୍ମା । ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର କାର୍ଯ୍ୟକ୍ରମ ସେତେ ଜୋରରେ ଚାଲିଛି । “ବିକଶିତ ଭାରତ ବିକଶିତ ଓଡ଼ିଶା” ନିର୍ମାଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆଭିମୁଖ୍ୟ ସ୍ପଷ୍ଟ । ଓଡ଼ିଶା ଚାହୁଁଛି ଦୁଇଥର ପଦ୍ମ, ଦୁଇ ଗୁଣା ବିକାଶ । ୨୦୨୪ ସାଧାରଣ ନିର୍ବାଚନ ଓଡିଶା ପାଇଁ ପରିବର୍ତନର ନିର୍ବାଚନ ହେବ । ଓଡିଶାରେ ହେବ ବିଜେପିର ସରକାର ଓ କେନ୍ଦ୍ରରେ ପୁଣି ଥରେ ହେବ ମୋଦି ସରକାର । ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ ଆସନ୍ତା ୧୪ ତାରିଖ ଦିନ ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ଶର୍ମା ଓଡ଼ିଶା ଆସୁଛନ୍ତି ।
ଶ୍ରୀ ଶର୍ମା ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ସିଧା ଅପରାହ୍ଣ ୨ଟା ୩୦ରେ ସ୍ୱସ୍ତି ପ୍ରିମିୟମ ହୋଟେଲରେ ଅନୁଷ୍ଠିତ “ବିଶେଷ ସମ୍ପର୍କ ଅଭିଯାନ”ରେ ଯୋଗ ଦେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ଓଡ଼ିଶାରୁ ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

By SonaliP

Leave a Reply

Your email address will not be published. Required fields are marked *