ପୁଣି ମେ ୨୦ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦ୍ଵିତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର କରିବାକୁ ଆସିବେ ମୋଦି। ପୁରୀରେ ବିଶାଳ ରୋଡ୍ ଶୋ କରିବା ସହ କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରିବେ ବୋଲି ସୂଚନା ମିଳିଛି। ଏହି ବିଷୟରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର । ଏହି ଖବର ଓଡ଼ିଶା ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି। ତେବେ ଏଥର ମୋଦିଙ୍କ ଆଭିମୁଖ୍ୟ କଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ମୋଦିଙ୍କ ବାରମ୍ବାର ଓଡ଼ିଶା ଗସ୍ତ ବିଜେଡି ଛାତିରେ ଛନକା ପଶେଇଛି କହିଲେ ଅତ୍ୟୁକ୍ତି ହେବନାହିଁ।

By Nirvay

Leave a Reply

Your email address will not be published. Required fields are marked *