ଉତ୍ତରପ୍ରଦେଶ; ଉତ୍ତରପ୍ରଦେଶର ସୀତାପୁରରେ ଏକ ଲୋମଟାଙ୍କୁରା ଘଟଣା ଘଟିଯାଇଛି। ମଥୁରା ଥାନା ଅନ୍ତର୍ଗତ ପହ୍ଲାପୁର ଗାଁରେ ଜଣେ ବ୍ୟକ୍ତି ନିଜ ପରିବାରର ୫ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପ‌ରେ ଜୀବନ ହାରିଛନ୍ତି । ବ୍ୟକ୍ତି ଜଣକ ହେଲେ ଅନୁରାଗ ସିଂହ। ଏହି ଘଟଣା ଘଟାଇବା ପରେ ସଂପୃକ୍ତ ଅଞ୍ଚଳରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଯୁବକ ଜଣକ ନିଜ ମା’ଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ ପତ୍ନୀ ପ୍ରିୟଙ୍କା ସିଂହଙ୍କ ମୁଣ୍ଡକୁ ହାତୁଡ଼ିରେ ଛେଚି ହତ୍ୟା କରିଥିଲେ । ଏହା ପରେ ସେ ନିଜ ୩ ପିଲାଙ୍କୁ ଛାତରୁ ଠେଲି ହତ୍ୟା କରିଛନ୍ତି।

ପୁଲିସ ତଦନ୍ତ କରି ଜାଣିବାକୁ ପାଇଛି ଯେ ଯୁବକ ଜଣ ନିଶାସକ୍ତ ଥିବା ସହ ତାଙ୍କର ମାନସିକ ସ୍ଥିତି ସେତେଟା ଭଲ ନଥିଲା। ଏହି ଘଟଣାକୁ ନେଇ ପୂରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ମୃତକମାନେ ହେଲେ ଅନୁରାମଙ୍କ ମାଆ ସାବିତ୍ରୀ ଦେବୀ (୬୨), ପତ୍ନୀ ପ୍ରିୟଙ୍କା ସିଂହ (୪୦), ଝିଅ ଅସବୀ (୧୨), ଅନ୍ୟ ଏକ ଝିଅ ଆରନା (୦୮) ଓ ପୁଅ ଅନୁରାଗ। ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଅନୁରାଗ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି।

By SonaliP

Leave a Reply

Your email address will not be published. Required fields are marked *