ଦଳ ବିରୋଧୀ ମନ୍ତବ୍ୟ ପାଇଁ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ ହୋଇଥିବା ନୋଟିସର ସେ ଉତର ରଖିଛନ୍ତି । ପିସିସି ସଭାପତିଙ୍କ ନିକଟରେ ଉତର ରଖିଛନ୍ତି ସୁରେଶ ରାଉତରାୟ । ନିଜ ଦୋଷ ଲୁଚାଇ ଗଣମାଧ୍ୟମକୁ ଦୋଷୀ କରିବାକୁ ପ୍ରୟାସ କରିଛନ୍ତି ଜଟଣୀ ବିଧାୟକ ।

ସୁର କହିଛନ୍ତି, ସେ ଦଳ ବିରୋଧରେ କୌଣସି ମନ୍ତବ୍ୟ ଦେଇନାହାନ୍ତି । ତାଙ୍କ ମନ୍ତବ୍ୟକୁ କଦର୍ଥ କରି ପ୍ରସାରଣ କରାଯାଇଛି । ଶେଷ ଜୀବନ ପର୍ଯ୍ୟନ୍ତ ସେ କଂଗ୍ରେସରେ ରହିବେ ଓ ଦଳ ପାଇଁ ପ୍ରଚାର କରିବେ । ବୋଲି କହିଥିଲେ ସୁର । ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ କଂଗ୍ରେସକୁ ଭଲ ପାଏ, ତାକୁ ଯେଉଁଠାରୁ ଟିକେଟ ମିଳିବ ସେ ଯାଇ ପ୍ରଚାର କରିବେ । କିନ୍ତୁ ସାନ ପୁଅ ମନ୍ମଥ ପାଇଁ ପ୍ରଚାର କରିବେ ନାହିଁ ବୋଲି କହିଥିଲେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *