ଭୁୁବନେଶ୍ୱର: କଂଗ୍ରେସ ଛାଡିଲେ ବାପି ସର୍ଖେଲ । ୨୦୧୯ରେ ପାରାଦୀପରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିଲେ । କିଛିଦିନ ତଳେ ବାପି ସର୍ଖେଲଙ୍କ ପତ୍ନୀ ବିଜେଡିରେ ଯୋଗ ଦେଇଥିଲେ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଚିଠି ଲେଖି ସେ ନିଜର ନିଷ୍ପତ୍ତି ଜଣାଇଛନ୍ତି । ତେବେ ତାଙ୍କର ପରବର୍ତ୍ତୀ କାର୍ଯ୍ୟକ୍ରମ କ’ଣ ରହିବ ସେ ବିଷୟରେ କିଛି ସ୍ପଷ୍ଟ କରିନାହାନ୍ତି । କିନ୍ତୁ ଲୋକଙ୍କ ପାଇଁ ସେବା ଜାରି ରଖିବି ବୋଲି ସେ କହିଛନ୍ତି । ୨୦୧୯ରେ ସେ ପାରାଦୀପରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିଲେ ।

ତେବେ କଂଗ୍ରେସରୁ ବାପି ସର୍ଖେଲଙ୍କ ଇସ୍ତଫା ପରେ ଚର୍ଚ୍ଚା ବଢିଛି । କିଛିଦିନ ତଳେ ବିଜେଡିରେ ଯୋଗ ଦେଇଥିଲେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା । ଏହି ସମୟରେ ବାପି ସର୍ଖେଲଙ୍କୁ ମଧ୍ୟ ଶଙ୍ଖ ଭବନରେ ଦେଖିବାକୁ ମିଳିଥିଲା।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *