ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍ ଚଳାଚଳ ବନ୍ଦ ରହିଛି । ଯାତ୍ରୀଙ୍କ ସୁରକ୍ଷା ଏବଂ ସରକାରୀ ନିର୍ଦ୍ଦେଶନାମାକୁ ଦୃଷ୍ଟିରେ ରଖି ଘରୋଇ ବସ୍ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି । ଏହା ଫଳରେ ଦକ୍ଷିଣ ଓଡ଼ିଶାକୁ ଯାତାୟାତ କରୁଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଭୁବନେଶ୍ୱର ଘରୋଇ ବସ୍ ମାଲିକ ସଂଘର କୋଷାଧ୍ୟକ୍ଷଙ୍କ ସୂଚନା ଅନୁଯାୟୀ, ଆସନ୍ତାକାଲି ପର୍ଯ୍ୟନ୍ତ ୧୫୦ରୁ ଅଧିକ ବସ୍ ଚଳାଚଳ ବନ୍ଦ ରହିବ । ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାଉଥିବା ବସ୍ ସହ ଦକ୍ଷିଣ ଓଡ଼ିଶାରୁ ଭୁବନେଶ୍ୱର ଆସୁଥିବା ବସ୍ ସେବା ମଧ୍ୟ ବନ୍ଦ ରଖାଯାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏବଂ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି । Post navigation BJD Rally in Dunguripali: ଜନ ସମ୍ପର୍କ ପଦଯାତ୍ରାରେ ସରକାରଙ୍କ ବିଫଳତା ବଖାଣିଲେ ସୁଜାତା