ଭୁବନେଶ୍ୱର : ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କଲେ ଓଡ଼ିଶାରୁ ୩ ନବନିର୍ବାଚିତ ନେତା । ଅଶ୍ୱିନୀ ବୈଷ୍ଣବ, ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ ଶପଥ ନେଲେ ।

ଓଡ଼ିଆରେ ଶପଥ ନେଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।ଗତ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର ଅନେକ ବିଧାୟକଙ୍କ ଉପସ୍ଥିତିରେ ବିଜେଡିରୁ ଦୁଇ ଜଣଙ୍କ ନାମାଙ୍କନ ଭରି ଥିବାବେଳେ ୧୫ ତାରିଖରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଧାୟକମାନଙ୍କ ସହ ଆସି ନାମାଙ୍କନ ଭରିଥିଲେ ଅଶ୍ୱିନୀ ବୈଷ୍ଣବ।

ତେବେ ଆଜି ଅଶ୍ୱିନୀ ବୈଷ୍ଣବ, ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ଦିଲ୍ଲୀ ଯାଇ ସାଂସଦ ଭାବେ ଶପଥ ନେଇଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *