ଏବେ ରାଜ୍ୟ ରାଜନୀତି କ୍ଷେତ୍ରରେ ଏକ ବଡ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ସନ୍ତୋଷ ସିଂ ସାଲୁଜା କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା ହେଉଛି । କଣ୍ଟାବାଞ୍ଜିରୁ ତାଙ୍କୁ କଂଗ୍ରେସ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଟିକେଟ୍ ଘୋଷଣା ପରେ ବି ସେ ଦଳ ଛାଡିବେ ବୋଲି ଚର୍ଚ୍ଚା ହେଉଛି । ତେବେ ସେ କେଉଁ ଦଳରେ ମିଶିବେ ତାହା ଏବେ ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ ବିଜେଡି ପକ୍ଷରୁ ଏ ଯାଏ କଣ୍ଟାବାଞ୍ଜିରେ ପ୍ରାର୍ଥୀ ଘୋଷଣା କରାଯାଇନାହିଁ । କଣ୍‌ଟାବାଞ୍ଜିରୁ କଂଗ୍ରେସ ପ୍ରାର୍ଥୀ କରିବା ପରେ ବି ସେ ଖୁସି ନ ଥିବା ସୂଚନା ମିଳିଛି । ତେବେ ସାଲୁଜା ନିଜ ଘନିଷ୍ଠ ସହଯୋଗୀଙ୍କ ସହ ଆଲୋଚନା କରି ଏ ବିଷୟରେ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି । ଏଠାରେ ସୂଚାଇ ଦିଆଯାଇପାରେ କି ସନ୍ତୋଷ ସିଂ ସାଲୁଜା ଏବେ କଂଗ୍ରେସର କଣ୍ଟାବାଞ୍ଜି ବିଧାୟକ ଅଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *