ନାଗ ସାପ ସହ ରିଲ୍ସ କରିବା ଓ ଫଟୋ ଉଠାଇବା ବେଳେ ସାପ କାମୁଡ଼ିବାରୁ ଜଣେ ସାପ ଧରାଳିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ପୁରୀ ସଦର ଥାନା ଅନ୍ତର୍ଗତ କଣ୍ଠପୁର ଗ୍ରାମର ତପନ କୁମାର ପ୍ରଧାନ (୨୮) । ସେ ବିଭିନ୍ନ ସ୍ଥାନରୁ ବିଷାକ୍ତ ସାପ ଧରୁଥିବା ସହ ସାପ ସହ ରିଲ୍ସ କରି ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ପୋଷ୍ଟ କରୁଥିଲେ । ତପନ ନିଜ ଜୀବନକାଳରେ ଶତାଧିକ ସାପ ଧରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ଣ ପ୍ରାୟ ୨ଟାରେ ତପନ ନିଜ ଘର ବାରଣ୍ଡାରେ ଏକ ନାଗ ସାପ ସହ ରିଲ୍ସ କରୁଥିବା ବେଳେ ଫଟୋ ଉଠାଉଥିଲେ । ଏହି ସମୟରେ ସେ ସାପ କାମୁଡାର ଶିକାର ହୋଇଥିଲେ । ସାପ କାମୁଡ଼ିବା ପରେ ତପନ ଏକ ଘରୋଇ ଚିକିତ୍ସାଳୟକୁ ଯାଇଥିଲେ । ପରେ ଅଧିକ ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । Post navigation डीजल सप्लाई बढ़ाने के लिए ट्रंप-पुतिन के बीच डील का ऐलान Nabarangpur College declares Sine Die: ନବରଙ୍ଗପୁର ମଡେଲ ଡିଗ୍ରୀ କଲେଜ ସାଇନ ଡାଏ ଘୋଷଣା