ଭୁଶୁଡ଼ିଲା ଉତ୍ତରପ୍ରଦେଶର ବେତୱାନ ନଦୀ ଉପରେ ନିର୍ମାଣାଧୀନ ପୋଲ ସ୍ଲାବ୍ । ଏହି ଘଟଣାରେ ୬ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୩ ଜଣ ଫସି ରହିଥିବା ସୂଚନା ମିଳିଛି। ବର୍ଷା ଏବଂ ଝଡ଼ ମଧ୍ୟରେ ଏହି ଘଟଣା ଘଟିଛି । ଏବେ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ପାରସାନି ଏବଂ କନ୍ଦୌର ଗାଁ ମଧ୍ୟରେ ଭୋର ପ୍ରାୟ ୩ଟା ସମୟରେ ମୌରାକନ୍ଦରରୁ କୁରାରା ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ପୋଲର ଏକ ସ୍ଲାବ୍ ଭୁଶୁଡ଼ି ପଡ଼ିଥିଲା। ଏହି ଘଟଣା ସମୟରେ ପୋଲର ଏକ ଅଂଶରେ ଶ୍ରମିକମାନେ ଶୋଇଥିବା ଜଣାପଡିଛି । Post navigation IMD predicts below-normal Monsoon in 2026 Door-to-Door Voter List Revision in Odisha from Tomorrow: CEO