ନିମାପଡ଼ା ନୁହେଁ, ଜଟଣୀ । ସାନଭାଇ ମନ୍ମଥ ବିଜେଡିରେ ଯୋଗ ଦେଇ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହେବା ପରେ, ବଡ଼ଭାଇ ସିଦ୍ଧାର୍ଥ ନିମାପଡ଼ା ଆଶା ଛାଡ଼ି ବାପା ସୁର ରାଉତରାୟଙ୍କ ପାରମ୍ପରିକ ଆସନ ଜଟଣୀରୁ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ।

ସାନଭାଇର ବିଜେଡିରେ ଯୋଗଦାନ ସହଜରେ ଗ୍ରହଣ କରିପାରିନାହାନ୍ତି ସିଦ୍ଧାର୍ଥ । ଜଟଣୀ ବାସୀଙ୍କ ପ୍ରତି ହୋଇଥିବା ଵିଶ୍ଵାସଘାତକୁ ସହ୍ୟ କରିବା ଅସମ୍ଭବ ବୋଲି ସେ କହିଛନ୍ତି ।

କଂଗ୍ରେସରୁ ଟିକେଟ ନ ନେଇ ସ୍ୱାଧୀନ ଭାବେ ଲଢ଼ି ବାପା ଓ ଭାଇର ଭୁଲର ପ୍ରାୟଶ୍ଚିତ କରିବେ ବୋଲି ସେ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *