ଶାସକ ବିଜୁ ଜନତା ଦଳର ହୋଇଛି ଶକ୍ତି ବୃଦ୍ଧି । କଂଗ୍ରେସର ଟାଣୁଆ ନେତା ଓ ପୂର୍ବତନ ଜଗତସିଂପୁର ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଆଜି ଶଙ୍ଖ ଭବନରେ ବିରାଟ ପଟୁଆରରେ ଆସି ବିଜେଡିରେ ଯୋଗ ଦେଇଛନ୍ତି ।

ଶଙ୍ଖ ଭବନ ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ଉପସ୍ଥିତ ଥିଲେ ।

ନବୀନଙ୍କ ନେତୃତ୍ୱ ଓ ୨୫ ବର୍ଷର ଜନାଭିମୁଖୀ କାର୍ଯ୍ୟକ୍ରମରେ ଆକୃଷ୍ଟ ହୋଇ ବିଜେଡିକୁ ଆସିଛି କହିଲେ ଚିରଞ୍ଜୀବ। ୧୨୦ରୁ ଊର୍ଦ୍ଧ୍ବ ବିଧାୟକ, ଓ ୧୫ରୁ ଊର୍ଦ୍ଧ୍ବ ସାଂସଦଙ୍କୁ ଜିତେଇବାରେ ବିଜେଡିକୁ ସହଯୋଗ କରିବେ ବୋଲି ସେ କହିଛନ୍ତି ।

ସେହିପରି ହଜାର ହଜାର ସମର୍ଥକଙ୍କ ସହ ଆସି ବିଜେଡିରେ ଯୋଗ ଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ୨ଦିନ ତଳେ ବିଜେପି ଛାଡ଼ିଥିଲେ ସୁକାନ୍ତ । ଶଙ୍ଖ ଭବନ ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାଂସଦ ସସ୍ମିତ ପାତ୍ର ଓ ମନ୍ତ୍ରୀ ପ୍ରତାପ ଦେବ ଉପସ୍ଥିତ ଥିଲେ ।

By Nirvay

Leave a Reply

Your email address will not be published. Required fields are marked *