ବିଜୁ ଜନତା ଦଳ ସଂସଦୀୟ ଦଳର ବୈଠକରୁ ରାଜ୍ୟସଭା ସାଂସଦ ଡଃ ସଂତୃପ୍ତ ମିଶ୍ର ବାଦ୍ ପଡ଼ିଥିବା ଚର୍ଚ୍ଚା ଜୋର ଧରିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଦଳର ସଂସଦୀୟ ଦଳ ବୈଠକ ବସିଥିଲା । ଏହି ବୈଠକରେ ସଂସଦର ମୌସୁମୀ ଅଧିବେଶନରେ ଓଡ଼ିଶାର ସ୍ୱାର୍ଥ ସହ ଜଡ଼ିତ ପ୍ରସଙ୍ଗ ଉଠାଇବା ନେଇ ରଣନୀତି ପ୍ରସ୍ତୁତ କରାଯାଇଥିଲା । ହେଲେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସଂତୃପ୍ତ ମିଶ୍ର ଅନୁପସ୍ଥିତ ଥିଲେ । ଗତକାଲି ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଡଃ ସଂତୃପ୍ତ ମିଶ୍ର ସଂସଦର ମୌସୁମୀ ଅଧିବେଶନରେ ଓଡ଼ିଶାର କେଉଁ କେଉଁ ସମସ୍ୟା ଉପସ୍ଥାପନ କରିବେ ସେ ନେଇ ଏକକ ଭାବେ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ । ଆମେ ତାଙ୍କୁ ଏହା ଶୋଭା ଦେଉନି ବୋଲି କହିଥିଲୁ । ବୋଧହୁଏ ନବୀନ ବାବୁ ଏ ବିଷୟରେ ସଂତୃପ୍ତ ବାବୁଙ୍କୁ କିଛି କହିଥିବେ । ଯାହାର ଫଳସ୍ୱରୂପ ଆଜି ବିଜେଡିର ହୋଇଥିବା ସଂସଦୀୟ ଦଳ ବୈଠକରେ ସେ ଅନୁପସ୍ଥିତ ଥିଲେ । ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ବିଜେଡି ସାଂସଦମାନେ ମଧ୍ୟ ନବୀନ ବାବୁଙ୍କ ପାଖରେ ଏ ବିଷୟରେ ଅଭିଯୋଗ କରିଥିଲେ । ବିଜେଡି ମିଡିଆ ସେଲର କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ପାଇଁ ସଂତୃପ୍ତ ବାବୁ ଆଜି କାଠଗଡ଼ାରେ ଠିଆ ହୋଇଛନ୍ତି । ଆଗକୁ ଦେଖାଯାଉ, ସଂତୃପ୍ତ ମିଶ୍ର ଏକକ ଭାବେ ନିଜ କର୍ପୋରେଟ୍ ମନୋଭାବ ଦେଖାଇ ନିଜକୁ ସର୍ବେସର୍ବା ଭାବିବାର ଅପଚେଷ୍ଟା ଜାରି ରଖିବେ ନା ସମସ୍ତ ସାଂସଦଙ୍କୁ ନେଇ ଆଗକୁ ବଢ଼ିବେ । Post navigation Ratna Bhandar Ornaments Counting: ଆସନ୍ତା ୧୯ରେ ଗୋଟିଏ ଦିନ ପାଇଁ ହେବ ମହାପ୍ରଭୁଙ୍କ ଅଳଙ୍କାର ଗଣତି Kendu Leaf Pluckers Bonus: କେନ୍ଦୁପତ୍ର ମୂଲ୍ୟରେ କେରି ପିଛା ୧୦ ପଇସା ଓ ଫାଳ ପିଛା ୨୦ ପଇସା ବୃଦ୍ଧି କଲେ ରାଜ୍ୟ ସରକାର