ନୂଆଦିଲ୍ଲୀ: ୟୁପିଏ ସରକାର ଅମଳରେ ରେଳ ବଜେଟରେ ଓଡ଼ିଶା ପରି ଗୁରୁ୍ତ୍ବପୂର୍ଣ୍ଣ ରାଜ୍ୟକୁ କ୍ରମାଗତଭାବେ ଅବହେଳା କରାଯାଉଥିଲା । କିନ୍ତୁ ମୋଦୀ ସରକାର ଅମଳରେ ଓଡ଼ିଶାରେ ଦ୍ରୁତ ଗତିରେ ରେଳ ବିକାଶ କାମ ଆଗେଇ ଚାଲିଛି ବୋଲି ରେଳମନ୍ତ୍ରୀ ଅଶ୍ବୀନି ବୈଷ୍ଣବ କହିଛନ୍ତି । ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଉପସ୍ଥାପିତ ଅନ୍ତରୀଣ ବଜେଟ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ୟୁପିଏ ସରକାରଙ୍କ ଅମଳରେ ଓଡ଼ିଶାକୁ ରେଳ ବଜେଟରେ ମାତ୍ର ୮୩୮ କୋଟି ଟଙ୍କାର ବ୍ୟୟବରାଦ କରାଯାଉଥିଲା । ଏହି ଅର୍ଥରେ ବର୍ଷକୁ ମାତ୍ର ୫୦ କିଲୋମିଟର ଲାଇନ ବିଛାଯାଉଥିଲା । କିନ୍ତୁ ମୋଦୀଙ୍କ ସରକାର ଅମଳରେ ଗତ ୩ ବର୍ଷ ହେଲା ହାରାହାରି ବର୍ଷକୁ ୧୦ ହଜାର କୋଟି ଓଡ଼ିଶାକୁ ଆସୁଛି । ଚଳିତ ଥର ଓଡ଼ିଶାକୁ ୧୦,୫୩୬ କୋଟି ଟଙ୍କାର ବ୍ୟୟବରାଦ କରାଇଛି । ଏବେ ବର୍ଷକୁ ୪୭୩ କିଲୋମିଟ ନୂଆ ଲାଇନ ବିଛାଯାଉଛି । ଯଦି ରାଜ୍ୟସରକାର ଶୀଘ୍ର ଜମି ଅଧିଗ୍ରହଣ କରନ୍ତି ତେବେ କାମ ଆହୁରି ଦ୍ରୁତ ଗତିରେ ହୋଇପାରନ୍ତା । ଆଗାମୀ ଦିନରେ ନବରଙ୍ଗପୁର, ମାଲକାନଗିରି ସମେତ ଓଡିଶାର ନୂତନ ରେଳ ପ୍ରକଳ୍ପରେ ୫୨୦୦୦ କୋଟି ଟଙ୍କା ବିନିଯୋଗ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ କହିଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *