ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ୍ ବିଜୁ ଜନତା ଦଳ (ବିଜେଡି)ରେ ଯୋଗଦେବା ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ବେଳେ ଅନୁପସ୍ଥିତ ରହିଥିଲେ ପୁରୀ ବିଧାୟକ । ଏ ନେଇ ଆଜି ପ୍ରତିକ୍ରିୟା ଦେଇ ଗୁମାସ୍ତା ଉପାଖ୍ୟାନ କରି ତେରେଛା ବାଣ ମାରିଛନ୍ତି ପୁରୀ ବିଧାୟକ ସୁନୀଲ ମହାନ୍ତି । ସେ ବିଜେଡି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ପରୋକ୍ଷ ଭାବରେ ଟାର୍ଗେଟ କରି କହିଛନ୍ତି ମନ୍ଦିର ପାଖରେ ବହୁ ଗୁମାସ୍ତା ବୁଲନ୍ତି, ଭକ୍ତ ଆସିଲେ ଗୁମାସ୍ତା ଦର୍ଶନ କରାନ୍ତି । ମୋତେ ଯଦି ବ୍ୟକ୍ତିଗତ ଭାବେ ଯିଏ ଡାକିବ ମୁଁ ଯାଇ ପହଞ୍ଚିବି’ । କିନ୍ତୁ ଯିଏ ପୁରୀ ଆସିବେ ଦର୍ଶନ ପାଇଁ, ଆଉ ମୁଁ ଛିଡ଼ା ହୋଇଥିବି ସେଟା ସମ୍ଭବ ନୁହେଁ । ନବୀନ ବାବୁ ଯଦି ନିର୍ଦ୍ଦେଶ ଦେଇଥାନ୍ତେ ତାହାଲେ ମୁଁ ପହଞ୍ଚି ଥାନ୍ତି । ଏହା ସହ ଦଳର ଯେଉଁ ଯେଉଁ କାମରେ ରହିବା କଥା ସେଠି ଆପଣ ମୋତେ ପାଇବେ । Post navigation Ama Bus accident in Kataka: କଟକରେ ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ‘ଆମ ବସ୍’ Panchayat Election 2027: ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍