ନବରଙ୍ଗପୁର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ । ନବରଙ୍ଗପୁରର ଅଧିଷ୍ଠାତ୍ରୀଙ୍କ ଆଶୀର୍ବାଦ ନେଇ ପ୍ରଧାନମନ୍ତ୍ରୀ କହିଲେ ଆପଣଙ୍କ କଷ୍ଟ ବୃଥା ଯିବନି। ମଞ୍ଚରେ ବିଜେପି ସମର୍ଥିତ ସବୁ ଏମଏଲଏ ଓ ଏମପି ପ୍ରାର୍ଥୀଙ୍କ ହାତ ଧରି ସାହାସ ଦେଲେ ମୋଦି। ଏହାପରେ ମଞ୍ଚରୁ ବିଜେଡିକୁ ଟାର୍ଗେଟ କରି କହିଥିଲେ ଯେ, ‘ଚଳିତ ଥର ବିଜେଡି ଯିବ ବିଜେପି ଆସିବ ।

ଓଡ଼ିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ଚାଲିବ। ଓଡ଼ିଶାକୁ ବିଜେପି ର ପ୍ରଥମ ମୁଖମନ୍ତ୍ରୀ ମିଳିବ । କେହି ବାହାର ଲୋକ ନୁହେଁ ଓଡ଼ିଶା ମାଆର ପୁଅ କି ଝିଅ ହିଁ ମୁଖ୍ୟମନ୍ତ୍ରୀ ହେବ । ଯିଏ ଏଠାକାର ସମସ୍ୟା ଜାଣିଥିବ ଯିଏ ସମସ୍ୟା ସମାଧାନ କରିବ । ଯିଏ ରାଜ୍ୟର ପରମ୍ପରା ଓ ସଂସ୍କୃତି ଜାଣିଥିବ, ଯିଏ ଲୋକଙ୍କୁ ବୁଝୁଥିବ ଭାଜପା ତାକୁ ହିଁ ସରକାର ଚୌକିର ବସାଇବ । ଏଥର ହେବ ଓଡିଶା ଏବଂ ଦିଲ୍ଲୀରେ ଡବଲ ଇଞ୍ଜିନ ସରକାର ।

ଓଡିଶାର ବିକାଶକୁ ଏହା ନୂଆ ଗତି ଦେବ । ଏଠାକୁ ପ୍ରଗତି ଆସିବ । ତେଣୁ ଏଥର ଲୋକସଭାର ସମସ୍ତ ୨୧ ସିଟରେ ପଦ୍ମ ଫୁଟିବ ଏବଂ ବିଧାନସଭାରେ ବିଜେପିକୁ ବମ୍ପର ବିଜୟ ଦେବାକୁ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ ପ୍ରଧାନମନ୍ତ୍ରୀ । ଯାହାଫଳରେ ଓଡିଶାକୁ ନୂଆ ଉର୍ଜା ମିଳିବା ସହିତ ନୂଆ ନେତୃତ୍ୱ ମିଳିବ । ଜୁନ୍ ୪ ତାରିଖ ବିଜେଡି ଏକ୍ସପାଏରୀ ଡେଟ୍ । ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହର ତାରିଖ । ମୁଁ ଆଜି ସମସ୍ତଙ୍କୁ ଏହି ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ ଦେବାକୁ ଆସିଛି ବୋଲି କହିଛନ୍ତି ମୋଦୀ ।

ବିଜେପି ସରକାରକୁ ଆସିଲେ ଧାନ କ୍ୱିଣ୍ଟାଲ ୩୧ ଶହ ଟଙ୍କାରେ କଣିବ । ୫ ବର୍ଷରେ ଓଡ଼ିଶା ନମ୍ବର ୱାନ ହେବ । ଓଡ଼ିଶା ଲୋକ ବାହାରକୁ ଦାଦନ ଖଟିବାକୁ ଯିବା ବନ୍ଦ ହେବ । ଓଡ଼ିଆ ଲୋକ, ଓଡ଼ିଆକୁ ଭଲ ପାଉଥିବା ଲୋକ, ଓଡ଼ିଶା ବିଷୟରେ ଜାଣିଥିବା ଲୋକ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବ । ଏଭଳି କହି ରାଜ୍ୟ ସରକାରଙ୍କ ଅଣ ଓଡ଼ିଆ ପ୍ରୀତିକୁ ତେର୍ଚ୍ଛା ବାଣ ମାରିଛନ୍ତି ପ୍ରଧାନମନ୍ତ୍ରୀ।

Leave a Reply

Your email address will not be published. Required fields are marked *