ଡେରାଡୁନ: ଉତ୍ତରାଖଣ୍ଡ ଜଙ୍ଗଲ ନିଆଁ ଥମିବା ନାଁ ନେଉନି । ଅଲମୋଡା ଓ ବାଗେଶ୍ୱର ସମେତ ଅଧିକାଂଶ ଜିଲ୍ଲାରେ ଜଙ୍ଗଲ ଜଜୁଛି । ଅଲମୋଡା ଜିଲ୍ଲା ଜଙ୍ଗଲ ନିଆଁ ଧୀରେ ଧୀରେ ଅନିୟନ୍ତ୍ରିତ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସମସ୍ତ ଜିଲ୍ଲାଧିକାରୀଙ୍କୁ ନୋଟିସ ଦେଇ ଏକ ସପ୍ତାହ ଯାଏଁ ଜଙ୍ଗଲ ନିଆଁ ନିୟମିତ ତଦାରଖ ପାଇଁ ନିର୍ଦ୍ଦେଶ ଦେବାକୁ କହିଛନ୍ତି। । ସେପଟେ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୪ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ଗତ ବର୍ଷ ନଭେମ୍ବର ୧ରୁ ବର୍ତ୍ତମାନ ସୁଦ୍ଧା ଉତ୍ତରାଖଣ୍ଡ ଜଙ୍ଗଲରେ ୯୧୦ଟି ଅଗ୍ନିକାଣ୍ଡ ଘଟଣା ଘଟିସାରିଛି । ଏହାଦ୍ବାରା ୧୧୪୪ ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଛି । ମିଡିଆ ରିପୋର୍ଟ ଅନୁସାରେ ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୫ ଜଣ ପ୍ରାଣ ହରାଇଛନ୍ତି । ସେହିପରି ଜଙ୍ଗଲ ଧୂଆଁ ଯୋଗୁଁ ଲୋକଙ୍କୁ ନିଶ୍ବାସ ନେବାରେ ସମସ୍ୟା ଉପୁଜୁଛି ।
ଗୁରୁବାର ବାଡାହାଟ ରେଞ୍ଜ ଜଙ୍ଗଲରେ ଲାଗିଥିବା ନିଆଁ ରବିବାର ସୁଦ୍ଧା ନିୟନ୍ତ୍ରଣ ହୋଇପାରିନାହିଁ । ଏହା ଛଡା ମୁଖେମ ରେଞ୍ଜର ଡାଙ୍ଗ, ପୋଖରୀ ଗାଁରେ ଲାଗିଥିବା ଡୁଣ୍ଡା ରେଞ୍ଜରେ ଚାମକୋଟ ଓ ଦିଲସୋଡ କ୍ଷେତ୍ରକୁ ବି ଜଙ୍ଗଲ ନିଆଁ ବ୍ୟାପିଛି । ମୋଟ ୧୦ଟି ଜଙ୍ଗଲରେ ନିଆଁ ଲାଗିଥିବାର କୁହାଯାଉଛି। ବନ ବିଭାଗ ରିପୋର୍ଟ ଅନୁସାରେ ବନାଗ୍ନି ଯୋଗୁଁ ଉତ୍ତରକାସୀ ବନ ବିଭାଗରେ ୧୯.୫ ହେକ୍ଟର ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଜଙ୍ଗଲରେ ନିଆଁ ଲାଗିବା ଯୋଗୁ ୨୩.୭୫ ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଛି। ଜଙ୍ଗଲରେ ନିଆଁ ଲାଗି ଏପର୍ଯ୍ୟନ୍ତ ସମୁଦାୟ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଙ୍ଗଲରୁ ଧୂଆଁ ବାହାରିବା ହେତୁ ଲୋକମାନେ ନିଃଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୁରୁବାର ସନ୍ଧ୍ୟାରେ ବାରହାଟ ଜଙ୍ଗଲରେ ବ୍ୟାପିଥିବା ନିଆଁ ରବିବାର ଯାଏ ଲିଭିପାରି ନାହିଁ। ଜଙ୍ଗଲ ବିଭାଗର ତଥ୍ୟ ଅନୁଯାୟୀ, ଉତ୍ତରାଖଣ୍ଡ ଜଙ୍ଗଲ ବିଭାଗରେ ୧୯.୫ ହେକ୍ଟର ଜଙ୍ଗଲ ନିଆଁ ଲାଗି ପୋଡ଼ି ପାଉଁଶ ହୋଇଯାଇଛି। ଏହି ନିଆଁ ଚାଷ ଜମିକୁ ମଧ୍ୟ ବ୍ୟାପି ଯାଇଛି। ଫଳରେ ବ୍ୟାପକ ଫସଲ ପୋଡି ପାଉଁଶ ହୋଇଯାଇଛି।

By SonaliP

Leave a Reply

Your email address will not be published. Required fields are marked *