କେନ୍ଦୁଝର; ଘସିପୁରାର ନିର୍ବାଚନମଣ୍ଡଳୀରୁ ସ୍ୱାଧୀନପ୍ରାର୍ଥୀ ଭାବେ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଜି ସକାଳେ ସେ ଘଟଗାଁ ମା’ ତାରିଣୀଙ୍କ ପୀଠରେ ପୂଜାର୍ଚ୍ଚନା କରି ମା’ ଙ୍କ ଆଶୀର୍ବାଦ ନେଇ ନାମାଙ୍କନ ପତ୍ର ଦାଖଲ ପାଇଁ ବାହାରିଥିଲେ । ଏହାପରେ ହଜାର ହଜାର ସମର୍ଥକଙ୍କ ସହ ସୌମ୍ୟରଞ୍ଜନ ପଟ୍ଟନାୟକ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ମା’ତାରିଣୀଙ୍କ ଆଶୀର୍ବାଦରେ ମୁଁ ଦଳୀୟ ପ୍ରାର୍ଥୀ ନହୋଇ ସ୍ୱାଧୀନ ପ୍ରାର୍ଥୀ ହୋଇଛି। ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଘସିପୁରା ଅଞ୍ଚଳର ଲୋକେ ମୋତେ ବହୁତ ଭଲ ପାଆନ୍ତି । ସେମାନେ ଚାଁହୁଛନ୍ତି କି ମୁ ସେମାନଙ୍କ ସୁଖ ଦୁଃଖ ତାଙ୍କ ପାଖରେ ସାମିଲ ହୁଏ । ପ୍ରାର୍ଥୀ ହେବ ପାଇଁ ଲୋକେ ମୋତେ ଅନୁରୋଧ କଲେ। ଆଜି ସେମାନଙ୍କ ଉତ୍ସାହ ଦେଖି ମୁଁ ଅଭିଭୂତ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ପୂର୍ବରୁ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ କହିଥିଲେ, ବିଜେପି ଟିକେଟରେ ଲଢ଼ିବା ପାଇଁ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ନିମନ୍ତ୍ରଣ କରିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ କହିଥିଲେ । ଏନେଇ ସେ ଘସିପୁରାର ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ହେଲେ ବିଜେପି ସୌମ୍ୟରଞ୍ଜନଙ୍କୁ ଟିକେଟ ନ ଦେଇ ଡ. ଶମ୍ଭନାଥ ରାଉତଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ଏହି ଘୋଷଣା ପରେ ଶ୍ରୀ ପଟ୍ଟନାୟକଙ୍କ ଆନନ୍ଦପୁରସ୍ଥିତ ବାସଭବନରେ ଘସିପୁରା ନିର୍ବାଚନମଣ୍ଡଳୀର ଦୁଇ ହଜାରରୁ ଅଧିକ ସମର୍ଥକଙ୍କୁ ନେଇ ଏକ ବୈଠକ ହୋଇଥିଲା। ସମର୍ଥକଙ୍କ ସହ ଆଲୋଚନା ପରେ ଶ୍ରୀ ପଟ୍ଟନାୟକ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପୂର୍ବରୁ ସେ ଖଣ୍ଡପଡ଼ା ଆସନରୁ ବିଜେଡି ବିଧାୟକ ଭାବେ ନିର୍ବାଚନ ଲଢ଼ିଥିଲେ ।

By SonaliP

Leave a Reply

Your email address will not be published. Required fields are marked *