ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ମାମଲାରେ ଦିନକୁ ଦିନ ଆସୁଛି ନୂଆ ମୋଡ। ଏହି ଘଟଣାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ। ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ କେଉଁ ପରିସ୍ଥିତିରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରାହେଲା ବୋଲି ସେ ପ୍ରଶ୍ନ କରିଛନ୍ତି।

କିଛି ସମୟ ପୂର୍ବରୁ ଅପରାଜିତା ଷଡଙ୍ଗୀ ଜଣେ ବିଜେଡି କର୍ମୀଙ୍କ ଅଡିଓ ତାଙ୍କ ପାଖରେ ଅଛି ବୋଲି କହିଥିବା ବେଳେ । ଏବେ ସିସିଟିଭି ଫୁଟେଜ ତାଙ୍କ ପାଖରେ ଆସିଛି ବୋଲି କହିଛନ୍ତି । ଜଗଦ୍ଦେବଙ୍କ ଭୂମିକା ନଥିବା ସେ ମଧ୍ୟ କହୁଛନ୍ତି।

ଛେଣ୍ଡିପଦା ବିଧାୟକଙ୍କ ବିରୋଧରେ ପଦକ୍ଷେପ କଣ, ପାତରଅନ୍ତର କାହିଁକି ବୋଲି କହି ବିଜେଡ଼ି ଉପରେ ବର୍ଷିଛନ୍ତି। ଇଭିଏମ୍ ଭାଙ୍ଗିବାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଭୂମିକା ନାହିଁ। ଘଟଣା ପରେ ବୁଥ ଯାଇଥିଲି, ଜଗଦ୍ଦେବ ଇଭିଏମ୍ ଭାଙ୍ଗିଥିବା କେହି ଅଭିଯୋଗ କଲେନି। ସିସିଟିଭି ଫୁଟେଜ ଯାଞ୍ଚ ନ କରି ଜଣେ ବିଧାୟକଙ୍କୁ ଗିରଫ କରାଗଲା। ମୁଖ୍ୟମନ୍ତ୍ରୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଲୋକପ୍ରିୟତାକୁ ଦେଖି ଡରିଗଲେ କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି।


ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଯେଉଁ ବୁଥରେ ଇଭିଏମ୍ ଭଙ୍ଗା ହେଇଥିଲା, ସେହି ସ୍ଥାନରେ ସେ ସାଙ୍ଗେ ସାଙ୍ଗେ ପହଞ୍ଚିଥିଲେ। ହେଲେ ସେଠାରେ ପ୍ରଶାନ୍ତ ଜଗଦେବ ଇଭିଏମ୍ ଭାଙ୍ଗିଥିବା ନେଇ କେହି ବି ଲୋକ ଅଭିଯୋଗ କରିନଥିଲେ। ଅନ୍ୟପଟେ ଡ୍ରାଇଭର ବନବାଳୀ ବାବୁ ଗତକାଲି ଯେଉଁ କଥା କହିଛନ୍ତି, ସେଥିରୁ ସ୍ପଷ୍ଟ ହେଇଛି ଯେ, ପ୍ରଶାନ୍ତ ଜଗଦେବ ଇଭିଏମ୍ ଭାଙ୍ଗିନାହାନ୍ତି। ବନମାଳୀ ବାବୁଙ୍କୁ ୪ ଜଣ ପୁଲିସ୍ ହଇରାଣ ହରକତ କରିଥିଲେ। ସେମାନେ ଚାହୁଁଥିଲେ ସେ କୁହନ୍ତୁ, ପ୍ରଶାନ୍ତ ଜଗଦେବ ସେହି ଇଭିଏମ୍ ଭାଙ୍ଗିଛନ୍ତି।

ଗତ ୨୫ ତାରିଖରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନେଇ ବେଗୁନିଆ ଯାଇଥିବା ଘରୋଇ ଗାଡ଼ିର ମାଲିକ ତଥା ଡ୍ରାଇଭର, ପୋଲିସ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଗଣମାଧ୍ୟମ ଆଗରେ ଡ୍ରାଇଭର୍ ବନମାଳି ବେହେରା ଖୋଲାଖୋଲି ଅଭିଯୋଗ କରିଛନ୍ତି, ଗତକାଲି ସେ ଭୁବନେଶ୍ୱର ଘାଟିକିଆ ଘରେ ଥିବା ବେଳେ ପୋଲିସ୍ ତାଙ୍କୁ ଡାକି ନେଇ ଜଗଦ୍ଦେବଙ୍କ ବିରୋଧରେ ବୟାନ ଦେବାକୁ ବାଧ୍ୟ କରିଥିଲା।  ବିଧାୟକଙ୍କ ବିରୋଧରେ ଅଭିଯୋଗ ନଥିବା ସତ୍ତ୍ୱେ ତାଙ୍କୁ ଗିରଫ କରାଯାଇଛି। ଜଣେ ବି କେହି ତାଙ୍କ ବିରୋଧରେ ଅଭିଯୋଗ କରି ନାହାଁନ୍ତି ।

By SonaliP

Leave a Reply

Your email address will not be published. Required fields are marked *