କଟକ: ବିଜେଡିରେ ମିଶିଲେ ପ୍ରକାଶ ବେହେରା । ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେପିର ପୂର୍ବତନ ସଭାପତି ପ୍ରକାଶ ଚନ୍ଦ୍ର ବେହେରା ବିଜେପିରୁ ଇସ୍ତଫା ଦେଇ ଆଜି ବିଜେଡିରେ ମିଶିଛନ୍ତି । ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନ ମିଶ୍ରଣ ପର୍ବରେ ନିଜ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ପ୍ରକାଶ ବିଜେଡିରେ ସାମିଲ ହୋଇଛନ୍ତି।

ଅନ୍ୟପକ୍ଷରେ ପ୍ରକାଶ ବିଜେଡିରେ ମିଶିବା ପରେ ସାଲେପୁର ଆସନ ପାଇଁ ବିଜେଡି ଟିକଟ କାହାକୁ ମିଳିବ ସେ ନେଇ ଚର୍ଚ୍ଚା ହେଉଛି। ସାଲେପୁର ଆସନ ପାଇଁ ପ୍ରକାଶ ଟିକଟ ହାତେଇବେ ନା ପ୍ରଶାନ୍ତ ବେହେରା ରିପିଟ ହେବେ ତାକୁ ନେଇ ଉଭୟ ନେତାଙ୍କ ସମର୍ଥକ ଓ କର୍ମୀଙ୍କ ମଧ୍ୟରେ ଆଲୋଚନା ସରଗରମ ହେବାରେ ଲାଗିଛି ।

 

 

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *