ମାଲକାନଗିରି ପୋଲିସ ଦ୍ବାରା କାଲିମେଳାର ଦୟାଲତୁଙ୍ଗ ଗାଁ ନିକଟ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି । ୧୯୦ଟି ଜିଲେଟିନ ଷ୍ଟିକ, ୨୦କେଜି ଓଜନର ଗୋଟିଏ ଆଇଇଡି, ୭କେଜି ଓଜନର ୫ଟି ଆଇଇଡି, ୫କେଜି, ୪କେଜି, ୨କେଜି ଓଜନର ଗୋଟିଏ ଲେଖାଏଁ ଆଇଇଡି, ୩କେଜି ଓଜନର ୩ଟି ଆଇଇଡି ସହ କିଛି ମାଓ ସାମଗ୍ରୀ ଜବତ ହୋଇଛି ।

ମାଓବାଦୀମାନେ ବିପୁଳ ପରିମାଣର ମାଓ ସାମଗ୍ରୀକୁ ମାଟି ତଳେ ଲୁଚାଇ ରଖିଥିଲେ । ସୁରକ୍ଷା କର୍ମୀଙ୍କ ପକ୍ଷରୁ ସେ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ଓଡିଶା ସୀମାନ୍ତରେ ଥିବା କାଲିମେଳାର ଦୟାଲତୁଙ୍ଗ ଗାଁ ନିକଟ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ସହ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖାଯାଇଥିବା ନେଇ ଗୁଇନ୍ଦା ସୂତ୍ରରୁ ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ମାଲକାନଗିରି ଏସପି ନିତେଶ ୱାଧୱାନିଙ୍କ ନିର୍ଦ୍ଦେଶରେ ଡିଭିଏଫ ବାହିନୀ ଓ ଗୁଇନ୍ଦା ବିଭାଗର କର୍ମଚାରୀ ମାନେ ମିଳିତ ଅପରେଶନ କରିଥିଲେ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *