ଭୁବନେଶ୍ୱର: ନିର୍ବାଚନ ତାରିଖ ଯେତେ ପାଖଉଛି ରାଜ୍ୟ ରାଜନୀତି ସେତେ ସରଗରମ ହେବାରେ ଲାଗିଛି। ଏସବୁ ମଧ୍ୟରେ ଓଡ଼ିଶା ବିଜେପିକୁ ଲାଗିଛି ବଡ଼ ଝଟକା। ବିଜେପି ସହିତ ୨୩ ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର।ବିଜେପି ଛାଡ଼ୁ ଛାଡ଼ୁ ସେ ବିଜେଡିରେ ସାମିଲ ହୋଇଛନ୍ତି। ସାମିଲ ହେଲା ପରେ ସେ କହିଛନ୍ତି ଯେ ୨୩ ବର୍ଷ ପରେ ନୂଆ ରାଜନୈତିକ ଜୀବନ ଆରମ୍ଭ କରିବି ବୋଲି ଭାବୁଛି ଏବଂ କିଛି ଦିନ ହେବ ମନ ବୁଝୁ ନଥିବାରୁ ଦଳ ଛାଡିବା ପାଇଁ ନିଷ୍ପତ୍ତି ନେଇଛି।

ଭୃଗୁ ବକ୍ସିପାତ୍ର କହିଲେ, ଗୋଟେ ଲମ୍ବା ସମୟ ପରେ, 23 ବର୍ଷରେ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ବିଜୁ ପରିବାର ସହ ମୋ ପରିବାରର ବହୁ ଦଶନ୍ଧି ଧରି ସମ୍ପର୍କ ରହି ଆସିଛି । ଓଡ଼ିଶାର ବିକାଶ, ମାଲକାନଗିରିରୁ ମୟୁରଭଞ୍ଜ ଯାଏଁ ଯେପରି ଦ୍ରୁତ ଗତିରେ ଚାଲିଛି, ତାକୁ ଆହୁରି ଶକ୍ତିଶାଳୀ, ସମୃଦ୍ଧ ଓ ଟାଣୁଆ ଓଡ଼ିଶା ଗଠନ ପାଇଁ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମରେ ଗୁଣ୍ଡୁଚି ମୂଷା ପରି ବାଲି ଝଡ଼ାଇବାକୁ ଆସିଛି ବୋଲି ସେ କହିଛନ୍ତି ।

“ବିଜେପି ଓଡ଼ିଶା ଶାଖା ଓ ରାଷ୍ଟ୍ରୀୟ ଦଳ ଭିତରେ ଆକାଶ ପାତାଳ ଫରକ ଅଛି। ମୁଁ ଯେଉଁ ଦଳରେ ଥିଲି, ତାହା ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇଛି। ନୂଆ ପରିବାର ସହ ମିଶି ଓଡ଼ିଶାର କାମକୁ ଅଧିକ କ୍ରିୟାଶୀଳ କରିବାକୁ ଚେଷ୍ଟା କରିବି. ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ଆହୁରି ବ୍ୟାପକ କରିବି” ବୋଲି ଭୃଗୁ ବକ୍ସିପାତ୍ର କହିଛନ୍ତି ।

ଏସବୁ ମଧ୍ୟରେ ବର୍ତ୍ତମାନର ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ଗୁରୁ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସାହୁଙ୍କୁ ଦଳର ଉପସଭାପତି ନିଯୁକ୍ତ କରିବା ସହିତ ଦଳର ଇସ୍ତାହର କମିଟିର ଅଧ୍ୟକ୍ଷ ଭାବେ ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି। ଗତଥର ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ଲଢିଥିଲେ ଭୃଗୁ। ବିଜେପି ଟିକେଟରୁ ଲୋକସଭା ଆସନ ପାଇଁ ହୋଇଥିଲେ ପ୍ରାର୍ଥୀ।

ବର୍ତ୍ତମାନ ନିର୍ବାଚନ ସମୟରେ ଭୃଗୁ ଦଳର ସକ୍ରିୟ ଭୂମିକାରେ ନଥିଲେ। ଭୃଗୁ ବ୍ରହ୍ମପୁର ଲୋକସଭା ଆସନରୁ ବିଜେଡି ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିପାରନ୍ତି ବୋଲି ରାଜନୈତିଜ୍ଞ ବିଶାରଦ ମାନେ ଅନୁମାନ କରିଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *