ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ସିଦ୍ଧାନ୍ତ ମହାପାତ୍ରଙ୍କ କଡା ସମାଲୋଚନା । ବିଜେପି ନେତା ତଥା ଦିଗପହଣ୍ଡି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ଉତ୍କଳ ଦିବସ ପାଳନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ଭାଷା ତୀର ମାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଯିବା ସମୟ ହେଲାଣି, ତେଣୁ ସେ ନିଜ ପ୍ରତିନିଧି ପଠାଇଛନ୍ତି ବୋଲି ସିଦ୍ଧାନ୍ତ କହିଛନ୍ତି ।

ସେ କହିଛନ୍ତି ନୀଳବର୍ଣ୍ଣ ଶୃଗାଳ ରୂପୀ ଉକ୍ତ ପ୍ରତିନିଧିଙ୍କୁ କାହିଁକି ପଠାଇଲେ ମୁଖ୍ୟମନ୍ତ୍ରୀ । ଭାଷା ସମ୍ମିଳନୀ ଆୟୋଜନ କଲେ । ହେଲେ ବରପୁତ୍ରଙ୍କ ନାଁ ଠିକରେ ବି ନେଲେନି । ସଂଯୋଜକ ଭାବେ ଅଣଓଡିଆଙ୍କୁ ଦାୟିତ୍ୱ ଦେବା କି ଭାଷା ପ୍ରୀତି । କାନ୍ତ କବିଙ୍କୁ କଣ୍ଠ କବି କହି ଉପହାସ କଲେ ରାଜ୍ୟ ସରକାର । ଓଡିଆ ଭାଷା ଓ ଅସ୍ମିତା ଉପରେ ବିପଦ ଆସିଲେ ବିଜେପି ସ୍ୱର ଶାଣିତ କରିବ ।

ଭୃଗୁ ବକ୍ସିପାତ୍ରଙ୍କ ଇସ୍ତଫା ପ୍ରସଙ୍ଗରେ ସିଦ୍ଧାନ୍ତ ମନ୍ତବ୍ୟ ରଖିଛନ୍ତି । ବିଶ୍ୱାସ ଘାତକତା କିଏ କରୁଛି ବୋଲି ସିଦ୍ଧାନ୍ତ ପ୍ରଶ୍ନ କରିଛନ୍ତି । ମୁଁ ଦଳ ଛାଡିବା ବେଳେ ମୋତେ କହିଲେ ମୁଁ ବିଶ୍ୱାସ ଘାତକତା କରିଛି । ଏବେ ଏହି ଦଳକୁ ବିଶ୍ୱାସ ଘାତକତା କରିଥିବା ଲୋକଙ୍କୁ ବିଜେଡି ଆପଣାଉଛି । ଗଞ୍ଜାମରେ ବି ସେ ନେତାଙ୍କ ଗ୍ରହଣୀୟତା ସମସ୍ତେ ଜାଣିଛନ୍ତି । ତାଙ୍କ ଇସ୍ତଫା ନେଇ କିଛି ପ୍ରଭାବ ପଡିବନି ବୋଲି ସିଦ୍ଧାନ୍ତ କହିଛନ୍ତି ।

ସୂଚନାଯୋଗ୍ୟ, ଭୃଗୁ ବକ୍ସିପାତ୍ର ଆଜି ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି  ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *