ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ। ଖୋରାପାଲ୍ଲୀ RI ସୁରଜ ବାଲା ପୁଣି ଥରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆଜିଠାରୁ ୩ ବର୍ଷ ପୂର୍ବେ ଅର୍ଥାତ୍ ୨୦୨୩ ମସିହାରେ ସୁରଜ ବାଲା ଯେତେବେଳେ ମୋଟୁ RI ଭାବେ କାର୍ଯ୍ୟରତ ଥିଲେ, ସେତେବେଳେ ମଧ୍ୟ ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଧରାପଡ଼ିଥିଲେ। ଏବେ ସମାନ ଅଭିଯୋଗରେ RI ସୁରଜ ବାଲା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜଣେ ବ୍ୟକ୍ତିଙ୍କଠାରୁ ଜାତିଗତ ପ୍ରମାଣପତ୍ର କରାଇଦେବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଆରଆଇ।

Leave a Reply

Your email address will not be published. Required fields are marked *