Odisha Vigilance arrests DFO Senior Assistant in Rs 123 Cr Embezzlement Case

ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ସାତକୋଶିଆ ବନ୍ୟପ୍ରାଣୀ ବିଭାଗର ଜଣେ ବରିଷ୍ଠ ସହାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ଅଭିଯୁକ୍ତ ହେଉଛନ୍ତି ଅଜୟ କୁମାର ନାୟକ । ଗତକାଲି ରାତିରେ ଅନୁଗୁଳରୁ ତାଙ୍କୁ ଗିରଫ କରାଯାଇଛି ।

ଅଭିଯୋଗ ଅନୁଯାୟୀ, ଅଜୟ ନାୟକ ୨୦୧୯ ଜାନୁଆରୀରୁ ୨୦୨୫ ଜୁନ୍ ମଧ୍ୟରେ ୧ କୋଟି ୨୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସରକାରୀ ଅର୍ଥ ହଡ଼ପ କରିଛନ୍ତି । ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ନାଁରେ ଜାଲ୍ ବିଲ୍ ପ୍ରସ୍ତୁତ କରିବା ସହ HRMS ପୋର୍ଟାଲକୁ ବ୍ୟବହାର କରି ସରକାରୀ ତହବିଲରୁ ଏହି ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଛି ।

ସରକାରୀ ଅର୍ଥ ହଡ଼ପ ଘଟଣା ସାମ୍ନାକୁ ଆସିବା ପରେ ଗତ ଅକ୍ଟୋବର ମାସରୁ ସେ ଫେରାର ଥିଲେ। ଶେଷରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

ଏହି ଘଟଣାରେ ଅଭିଯୁକ୍ତ ଅଜୟ କୁମାର ନାୟକଙ୍କ ବିରୋଧରେ କଟକ ଭିଜିଲାନ୍ସ ଥାନାରେ କେସ୍ ନଂ ୪୪/୨୦୨୬ ରୁଜୁ ହୋଇଛି । ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା (BNS)ର ସମ୍ପୃକ୍ତ ଧାରା ଅନୁଯାୟୀ ମାମଲା ରୁଜୁ କରି ଭିଜିଲାନ୍ସ ତଦନ୍ତ ଜାରି ରଖିଛି ।

By Nirvay

Leave a Reply

Your email address will not be published. Required fields are marked *