ଦକ୍ଷିଣ ଉପକୂଳ ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକବାନ’ ଉତ୍ତର ଦିଗକୁ ଗତି କରିବା ସହ ଦୁର୍ବଳ ହୋଇଛି । ଗତକାଲି ରାତି ୧୧ଟା ୩୦ ମିନିଟ୍ରେ ଏହା କେନ୍ଦ୍ରୀୟ ଓଡ଼ିଶା ଉପରେ ଏକ ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସୂଚନା ମିଳିଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହି ପାଣିପାଗ ପ୍ରଣାଳୀ ଓଡ଼ିଶା ଉପରେ ପ୍ରାୟ ଉତ୍ତର ଦିଗକୁ ଗତି କରିବ । ଦୁର୍ବଳ ହେଉଥିବାରୁ ବର୍ଷାର ପରିମାଣ ଧିରେ ଧିରେ କମିବାରେ ଲାଗିଛି । ତେବେ ଉତ୍ତରମୁହାଁ ହେଉଥିବାରୁ ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ଓ ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷା ନେଇ ଆଜିପାଇଁ ଓଡ଼ିଶାର ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ବାକି ୨୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତାକାଲି ଠାରୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବ । ଖରା ଫେରିବା ପରେ ରାଜ୍ୟରେ ଶୀତର ପ୍ରଭାବ ଅନୁଭୂତ ହେବ । Post navigation Odisha Govt Suspends 3 Doctors: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ: ୩ ଜଣ ଡାକ୍ତର ନିଲମ୍ବିତ