ଓଡ଼ିଶାରେ ୪ ପର୍ଯ୍ୟାୟର ଭୋଟ୍ ହେବ । ୧୩ ମଇରୁ ଓଡ଼ିଶାରେ ଭୋଟ । ରାଜ୍ୟରେ ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍‌ ୧ରେ ଭୋଟ ଗ୍ରହଣ ହେବ।ଜୁନ୍‌ ୪ ତାରିଖରେ ସାରା ଦେଶରେ ଭୋଟ ଗଣତି ହେବ । ଲୋକସଭା ଓ ବିଧାନସଭା ଭୋଟ ଗଣତି ହେବ । ଜୁନ୍‌ ୪ ମଙ୍ଗଳବାର ଦିନ ହେବ ଭୋଟ ଗଣତି ।

ମେ ୧୩ରେ ୨୮ ବିଧାନସଭା ଆସନ ପାଇଁ  ଭୋଟ୍‌ ଗ୍ରହଣ । ମେ ୨୦ରେ ୩୫ ବିଧାନସଭା ପାଇଁ ଭୋଟ୍‌ । ମେ ୨୫ରେ ୪୨ ବିଧାନସଭା ଆସନରେ ଭୋଟ । ଜୁନ୍‌ ୧ରେ ୪୨ ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ ହେବ।

ମେ’୧୩ରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ, ମେ’୨୦ରେ ବରଗଡ,ସୁନ୍ଦରଗଡ,ବଲାଙ୍ଗୀର, କନ୍ଧମାଳ, ଆସିକା, ମେ’ ୨୫ରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର, ଜୁନ୍‌‌୧ରେ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁରରେ ଭୋଟ୍‌‌ ଗ୍ରହଣ ହେବ।

ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ସହିତ ଅନ୍ୟ ଦୁଇ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ତଦନୁଯାୟୀ ଓଡ଼ିଶାରେ ଆସନ୍ତା ମେ ୧୩ରେ ଭୋଟ ଗ୍ରହଣ କରାଯିବ । ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ଭୋଟ ଗ୍ରହଣ କରାଯିବ । ମେ ୧୩, ମେ ୨୦, ମେ ୨୫ ଓ ଜୁନ ୧ ତାରିଖରେ ଭୋଟ ଗ୍ରହଣ କରାଯିବ । ଓଡ଼ିଶା ବିଧାନସଭାର କାର୍ଯ୍ୟକାଳ ଆସନ୍ତା ଜୁନ ୨୪ ତାରିଖରେ ଶେଷ ହେବ । ୨୦୧୯ ଏପ୍ରିଲ ମାସରେ ଏଠାରେ ହୋଇଥିଲା ବିଧାନସଭା ନିର୍ବାଚନ ।

ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସୂଚନା ଦେଲେ ସିଇସି ରାଜୀବ କୁମାର। ସେ କହିଛନ୍ତି, ଦେଶରେ ମୋଟ ୯୭ କୋଟି ପଂଜୀକୃତ ଭୋଟର ରହିଛନ୍ତି। ୯୭ କୋଟି ଭୋଟରଙ୍କ ପାଇଁ ୧୦.୫ ଲକ୍ଷ ପୋଲିଂ ବୁଥ୍‌ ରହିବ। ଭୋଟ ଗ୍ରହଣ ପାଇଁ ଦେଢ଼ କୋଟି ପୋଲିଂ ଅଫିସର ପ୍ରସ୍ତୁତ ରହିବେ। ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତ ରହିଛି ୫୫ ଲକ୍ଷ ଇଭିଏମ୍‌। ପ୍ରଥମ ଥର ପାଇଁ ଭୋଟ ଦେବେ ୧ କୋଟି ୮୨ ଲକ୍ଷ ନୂଆ ଭୋଟର। ୧୮ରୁ ୨୯ ବର୍ଷ ବର୍ଗର ଭୋଟର ସଂଖ୍ୟା ୨୧ କୋଟି। ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୮୨ ଲକ୍ଷ। ୧୦୦ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୨ ଲକ୍ଷ ୧୮ ହଜାର ରହିଛି। ଦେଶରେ ୪୯.୭ କୋଟି ପୁରୁଷ ଓ ୪୭.୧ କୋଟି ମହିଳା ଭୋଟର ରହିଛନ୍ତି।ଏହାଛଡ଼ା ସେ କହିଛନ୍ତି, ୮୫ ବର୍ଷରୁ ଅଧିକ ବୟସ ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯିବ। ଘରେ ରହି ଭୋଟ୍ ଦେଇପାରିବେ ବୟସ୍କ ଭୋଟର। ଘରେ ଫର୍ମ ପହଞ୍ଚାଇ ଦିଆଯିବ, ପରେ ସଂଗ୍ରହ କରାଯିବ। ଅପରାଧିକ ମାମଲା ଥିଲେ ପ୍ରାର୍ଥୀ ବିଜ୍ଞାପନ ଜରିଆରେ ଜଣାଇବେ। ଖବର କାଗଜ, ଟିଭିରେ ୩ ଥର ନିଜ ଅପରାଧ ବିବରଣୀ ଦେବେ। ରାଜନୈତିକ ଦଳ ବି ଏନେଇ ବିସ୍ତୃତ ସୂଚନା ପ୍ରଦାନ କରିବେ। କାହିଁକି ଏଭଳି ପ୍ରାର୍ଥୀଙ୍କୁ ଟିକେଟ ଦେଲେ, କାରଣ ଦର୍ଶାଇବେ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *