୨୦୨୪ ସାଧାରଣ ନିର୍ବାଚନ ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ନିର୍ବାଚନ କମିଶନ ଆଜି ଏ ବିଷୟରେ ସୂଚନା ଦେଇଛନ୍ତି।୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୧୯ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ , ମେ ୭ରେ ତୃତୀୟ ପର୍ଯ୍ୟାୟ, ମେ ୧୩ରେ ଚତୁର୍ଥ ପର୍ଯ୍ୟାୟ, ମେ ୨୦ରେ ପଞ୍ଚମ ପର୍ଯ୍ୟାୟ, ମେ ୨୫ରେ ଷଷ୍ଠ ପର୍ଯ୍ୟାୟ ଓ ଜୁନ ୧ରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଜୁନ ୪ ତାରିଖରେ ମତଗଣନା କରାଯିବ।

ଦେଶରେ ମୋଟ ୯୭ କୋଟି ପଞ୍ଜିକୃତ ଭୋଟର ରହିଛନ୍ତି। ୯୭ କୋଟି ଭୋଟରଙ୍କ ପାଇଁ ୧୦.୫ ଲକ୍ଷ ପୋଲିଂ ବୁଥ୍‌‌ ସହ ଭୋଟ ଗ୍ରହଣ ପାଇଁ ଦେଢ କୋଟି ପୋଲିଂ ଅଧିକାରୀ ପ୍ରସ୍ତୁତ ରହିଛନ୍ତି। ଭୋଟ ଗ୍ରହଣ ପାଇଁ ୫୫ ଲକ୍ଷ ଇଭିଏମ୍‌‌ ପ୍ରସ୍ତୁତ ରହିଛି।

ପ୍ରଥମ ଥର ପାଇଁ ୧ କୋଟି ୮୨ ଲକ୍ଷ ନୂଆ ଭୋଟର ଭୋଟ ଦେବେ। ୧୮ରୁ ୨୯ ବର୍ଷ ବର୍ଗର ଭୋଟର ସଂଖ୍ୟା ୨୧ କୋଟି। ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୮୨ ଲକ୍ଷ। ୧୦୦ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୨ ଲକ୍ଷ ୧୮ ହଜାର। ଦେଶରେ ୪୯.୭ କୋଟି ପୁରୁଷ ଓ ୪୭.୧ କୋଟି ମହିଳା ଭୋଟର।

ନିର୍ବାଚନରେ ବାହୁବଳ, ଅର୍ଥବଳର ବ୍ୟବହାର ଓ ବିଭ୍ରାନ୍ତିକର ସୂଚନା ପ୍ରସାରରୁ ନିବୃତ୍ତ ରହିବାକୁ ରାଜନୈତିକ ଦଳଙ୍କୁ ଚେତାବନୀ ଦେଇଛନ୍ତି କମିଶନ । ଏହାଛଡ଼ା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନ କହିଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *