ଜନଗଣନା ଆସନ୍ତା ଜାନୁଆରୀ ୨୫ରୁ ଫେବ୍ରୁଆରୀ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ପରେ ମାର୍ଚ୍ଚ ୧ରୁ ୫ ତାରିଖ ପର୍ଯ୍ୟନ୍ତ ସଂଶୋଧନ ପର୍ଯ୍ୟାୟ ଅନୁଷ୍ଠିତ ହେବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ପକ୍ଷରୁ ଅକ୍ଟୋବର ୩୦ ତାରିଖରେ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ, ଘରକୁ ଘର ବୁଲି ଜନସଂଖ୍ୟା ଗଣନା ଆରମ୍ଭ ହେବା ପୂର୍ବରୁ ଜାନୁଆରୀ ୧୦ରୁ ୨୪ ତାରିଖ ମଧ୍ୟରେ ଲୋକମାନେ ସ୍ୱ-ଗଣନା (Self-Enumeration) କରିବାର ସୁଯୋଗ ପାଇବେ । ତେବେ ଗୋଆ, ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ ଓ ମଣିପୁରରେ ଏହି ସମୟସୂଚୀ ଅନୁଯାୟୀ ଜନଗଣନା ହେବ ନାହିଁ । ସେହିପରି ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ହିମାଚଳ ପ୍ରଦେଶ ଓ ଜମ୍ମୁ-କାଶ୍ମୀରର ତୁଷାରାବୃତ ଅଣ-ସମକାଳୀନ ଅଞ୍ଚଳ ମଧ୍ୟ ଏହି ସୂଚୀରୁ ବାଦ୍ ପଡ଼ିଛି । ଏହି ଅଞ୍ଚଳଗୁଡ଼ିକରେ ପରବର୍ତ୍ତୀ ସମୟରେ ଜନଗଣନା କରାଯିବ । Post navigation BJD Slams Odisha Govt Over OAS Main Exams: ଗଞ୍ଜାମରେ ଜଳବନ୍ଦୀ ଶତାଧିକ ଓସିଏସ ପରୀକ୍ଷାର୍ଥୀ: ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କଲା ବିଜେଡି Congress Slams State Govt Over Cyclone Relief Failure: ଅର୍ଘ୍ୟ ବାତ୍ୟା ଓ ପରବର୍ତ୍ତୀ ଅତିବୃଷ୍ଟି ମୁକାବିଲାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ: କଂଗ୍ରେସ