ଆସନ୍ତା ଜୁନ୍ ୧ ତାରିଖ ସୋମବାର ସକାଳ ୮ଟାରେ ଭୁବନେଶ୍ୱର ୟୁନିଟ୍-୨ ଅଶୋକ ନଗରସ୍ଥିତ ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ। ଏନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଗତ ଏପ୍ରିଲ ୨୭ ତାରିଖରେ ହେବାକୁ ଥିବା ଜନ ଶୁଣାଣି ପାଇଁ ଯେଉଁ ଆବେଦନକାରୀମାନେ ପୂର୍ବରୁ ପଞ୍ଜିକରଣ କରିଥିଲେ, ସେମାନେ ଜୁନ୍ ୧ରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ନିଜ ଅଭିଯୋଗ ରଖିପାରିବେ। ଏଥିପାଇଁ ସେମାନଙ୍କୁ ପୁନର୍ବାର ପଞ୍ଜିକରଣ କରିବାକୁ ପଡ଼ିବ ନାହିଁ।

 

 

Leave a Reply

Your email address will not be published. Required fields are marked *