ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଆଜି ରାଜ୍ୟରୁ ବିଦାୟ ନେଇଛନ୍ତି। ନିଜର ପ୍ରାୟ ୧ ବର୍ଷ ୯ ମାସର କାର୍ଯ୍ୟକାଳ ଶେଷ କରିବା ପରେ ସେ ସପରିବାର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ପ୍ରସ୍ଥାନ କରିଛନ୍ତି। ଏହା ପୂର୍ବରୁ ଭୁବନେଶ୍ୱରସ୍ଥିତ ଲୋକ ଭବନ ପରିସରରେ ତାଙ୍କୁ ସମ୍ମାନଜନକ ‘ଗାର୍ଡ ଅଫ୍ ଅନର୍’ ପ୍ରଦାନ କରାଯାଇଛି। କାର୍ଯ୍ୟକାଳ ଶେଷ ହେବା ପରେ ବିଦାୟୀ ରାଜ୍ୟପାଳଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଦାୟ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରାଯାଇଥିଲା। ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଦାୟୀ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ଜଣାଇବା ସହ ବିଦାୟ ଦେଇଛନ୍ତି। ଏହି ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଅନୁ ଗାର୍ଗ, ରାଜ୍ୟପାଳଙ୍କ ସଚିବ ରୂପା ରୋଶନ ସାହୁଙ୍କ ସମେତ ଅନେକ ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ଅନ୍ୟପଟେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ୧୮ ତାରିଖରେ ରାଜ୍ୟପାଳ ଭାବେ ଶପଥ ନେବେ। ସେହି ଦିନ ପୂର୍ବାହ୍ନ ୧୧ଟାରେ ଲୋକ ଭବନର ନୂଆ ଅଭିଷେକ ହଲ୍ରେ ହାଇକୋର୍ଟରେ ମୁଖ୍ୟ ବିଚାରପତି ତାଙ୍କୁ ଶପଥ ପାଠ କରାଇବେ। Post navigation दिल्ली में विरोध प्रदर्शनों से व्यापारियों को नुकसान, संगठनों ने PM मोदी से हस्तक्षेप की मांग की इस महीने संसद का विशेष सत्र बुलाए जाने की संभावना