ବିଦେଶୀ ପର୍ଯ୍ୟଟକ ଆନ୍ଥୋନି ଫେରିଲେ ନିଜ ଘରକୁ। ଗତ ଡ଼ିସେମ୍ବର ମାସରେ ପୁରୀ କାର ଚାଳକ ଦ୍ବାରା ଲୁଟ୍‌ର ଶିକାର ହୋଇଥିଲେ। ସୂଚନା ଅନୁଯାୟୀ ୩ ଲକ୍ଷ ୮୭ ହଜାର ଟଙ୍କା ଲୁଟି ନେଇଥିଲା କାର ଚାଳକ। ଏବେ ଅଭିଯୁକ୍ତ କାର ଚାଳକ ଗିରଫ ହୋଇଛି। କୋର୍ଟ ଚାଲାରୀ ବୁଲିବାକୁ ଆସିଥିବା ଜଣେ ବିଦେଶୀ ପର୍ଯ୍ୟଟକ ଲୁଟ୍ ର ଶିକାର ହୋଇ ଅସହାୟ ଅବସ୍ଥାରେ ଜୀବନ କାଟୁଥିବା ବେଳେ, ଜିଲ୍ଲା ପ୍ରଶାସନ ତାଙ୍କୁ ଉଦ୍ଧାର କରିଛି । ଉଦ୍ଧାର ପରେ ଆନ୍ଥୋନିଙ୍କୁ ତାଙ୍କ ଦେଶ ନେଦରଲ୍ୟାଣ୍ଡ କୁ ପଠାଇବା ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି ।

ସୂଚନା ଅନୁସାରେ, ଗତ ଡିସେମ୍ବର ମାସରେ ନେଦରଲ୍ୟାଣ୍ଡ ରୁ ଆନ୍ଥୋନି ଭ୍ୟାନ୍ ଆର୍କେଲ୍ ନାଗପୁର ରେ ଆସି ପହଞ୍ଚିଥିଲେ । ପରେ ଗତ ଜାନୁଆରୀ ୯ ତାରିଖରେ ପୁରୀ ଆସି ଏକ ହୋଟେଲରେ ରହିଥିଲେ । ପରଦିନ ଭିତରକନିକା ଅଭୟାରଣ୍ୟ ବୁଲିବା ପାଇଁ ଏକ କାର୍ ଭଡା କରି ଯାଇଥିଲେ । ଚାନ୍ଦବାଲି ନିକଟରେ ଆନ୍ଥୋନି ଙ୍କୁ ପରିଶ୍ରା ଲାଗିବାରୁ ସେ ଗାଡ଼ିରୁ ଓହ୍ଲାଇବାର ସୁଯୋଗ ନେଇ ସମ୍ପୃକ୍ତ କାର୍ ଡ୍ରାଇଭର ତାଙ୍କର ୩ ଲକ୍ଷ ୫୦ ହଜାର ଟଙ୍କା ଚୋରି କରି ନେଇଥିଲେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *