ବୈତରଣୀ ଜଳସ୍ତର ବଢ଼ୁଥିବାରୁ ରାଜ୍ୟରେ ଦେଖାଦେଇପାରେ ଛୋଟ ବନ୍ୟା । ଏ ନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ। ସେ କହିଛନ୍ତି ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବଢ଼ୁଛି । ବୈତରଣୀ ଜଳସ୍ତର ବଢ଼ୁଥିବାରୁ ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳ ପ୍ରଭାବିତ ହୋଇପାରେ । ଲଗାଣ ବର୍ଷାର ପ୍ରଭାବରେ ଉପରମୁଣ୍ଡ ଅଞ୍ଚଳରେ ନଦୀଗୁଡ଼ିକର ଜଳପ୍ରବାହ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି । ଦିଲୀପ ରାଉତ ଆଉ ମଧ୍ୟ କହିଛନ୍ତି ଆଖୁଆପଦାରେ ଅପରାହ୍ନ ୪ଟା ସୁଦ୍ଧା ଜଳସ୍ତର ବିପଦ ସଂକେତ ଟପିପାରେ । ମହାନଦୀର ଉପର ମୁଣ୍ଡରେ ନୁହେଁ, ଓଡ଼ିଶାରେ ବେଶୀ ବର୍ଷା ହୋଇଛି । ଖଇରମାଳରୁ ବରଗଡ଼ ଭିତରେ ବେଶୀ ବର୍ଷା ହୋଇଛି । ଏବେ ସୁଦ୍ଧା ବଡ଼ ଧରଣର ବନ୍ୟା ହେବାର ସମ୍ଭାବନା ନାହିଁ । ଅଧିକାଂଶ ରିଜର୍ଭର ଖାଲି ରହିଛି, ସମସ୍ୟା ନାହିଁ । ହୀରାକୁଦ ଡ୍ୟାମ୍ର ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ହୋଇନି । Post navigation सशस्त्र बलों में अग्निवीरों के लिए स्थायी कोटा बढ़ने की संभावना Odisha Revamps School Exam System: ରାଜ୍ୟରେ ବର୍ଷକୁ ୪ଟି ପରୀକ୍ଷା ଦେବେ ତୃତୀୟରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ