କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଗୁରୁବାର ଓଡ଼ିଶା ଗସ୍ତରେ ଆସି ଫୁଲବାଣୀର ଏକ ସଭାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଛନ୍ତି । ଏହାସହ ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।ଅସୀମ ପ୍ରାକୃତିକ ସମ୍ପଦ, ଜଳ, ଜଙ୍ଗଲ, ଜମି ଓ ଖଣି ଖାଦାନରେ ଭରା ଓଡ଼ିଶା। ମାନବ ସମ୍ବଳ ମଧ୍ୟ ଏଠାରେ କିଛି କମ୍ ନୁହେଁ। ଏଠାକାର ଖଣି ଖାଦାନରୁ ସାମଗ୍ରୀ ନେଇ ଅନ୍ୟ ରାଜ୍ୟରେ ବୃହତ ଶିଳ୍ପ, କାରଖାନା ଗଢ଼ିଉଠିଛି। ହେଲେ ମୋଦି ସରକାରଙ୍କ ୧୦ବର୍ଷ ଓ ନବୀନ ବାବୁଙ୍କ ୨୪ବର୍ଷର ଶାସନରେ ରାଜ୍ୟର ଆଶାନୁରୂପ ବିକାଶ ହୋଇପାରିନାହିଁ। ଏଠାରେ ବେକାରୀ ସମସ୍ୟା ଉତ୍କଟ ହୋଇଛି। ରାଜ୍ୟର ମୋଟ୍ ୪୧ ପ୍ରତିଶତ ଯୁବବର୍ଗ ବେକାର ହୋଇ ବୁଲୁଛନ୍ତି। ଏଠାକାର ଲୋକେ ପେଟପାଟଣା ପାଇଁ ବାହାର ରାଜ୍ୟକୁ ଯାଇ ସ୍ୱଳ୍ପ ଅର୍ଥରେ ଶ୍ରମିକ ଭାବେ କାମ କରୁଛନ୍ତି। ତେଣୁ ବିଜେପି ଓ ବିଜେଡି ମେଂଟ ସରକାର ଓଡ଼ିଶାକୁ ଏକ ଶସ୍ତା ଶ୍ରମିକ ଚାଲାଣ ରାଜ୍ୟରେ ପରିଣତ କରିଛନ୍ତି ବୋଲି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି। ସେହିପରି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗ ନେଇ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରି ଥିଲେ ଖଡଗେ।

By Nirvay

Leave a Reply

Your email address will not be published. Required fields are marked *