ରାଜଧାନୀ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ ଶୋ’ । ହାଇଟେକ୍ ବସରେ ବସି ରୋଡ ଶୋ’ କଲେ ନବୀନ।ଗଙ୍ଗନଗର ଛକରୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ ଶିଶୁଭବନ ଛକରେ ସାରିଥିଲା। ମୁଖ୍ୟମନ୍ତ୍ରୀ ହାତ ହଲାଇ ଉପସ୍ଥିତ ଜନତାଙ୍କୁ ଅଭିବାଦନ ଜଣାଇବା ସହ ଭୁବନେଶ୍ବର ସାଂସଦ ଓ ମଧ୍ୟ ବିଧାୟକ ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ଭୋଟ ଦେବାକୁ ଅପିଲ୍ କରିଛନ୍ତି।ଏହି ରୋଡ ଶୋ’ ସମୟ ରେ ନବୀନ ୮ଟି ସ୍ଥାନରେ ଉଦବୋଧନ ଦେଇଛନ୍ତି।

ନବୀନଙ୍କ ରୋଡ ଶୋ ପାଇଁ ଦଳୀୟ ନେତା ଓ କର୍ମୀ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଥିଲା । ରୋଡ ଶୋ’ ପାଇଁ ରାଜଧାନୀରେ ବ୍ଯାପକ ସୁରକ୍ଷା ବ୍ଯବସ୍ଥା କରାଯାଇଥିଲା । କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀମାନେ ସୁରକ୍ଷା ବ୍ଯବସ୍ଥା ଦାୟିତ୍ବରେ ରହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *